ଛାଡ଼ପତ୍ର ମାମଲାରେ ପରିବାର ଲୋକେ ମୋତେ ସମର୍ଥନ ନ କରିବା ପର୍ଯ୍ୟନ୍ତ ଘରକୁ ଫେରିବି ନାହିଁ: ଚରମବାଣୀ ଶୁଣାଇଲେ ତେଜ୍‌ ପ୍ରତାପ

ତେଜପ୍ରତାପ ନିଖୋଜ!

ରାଞ୍ଚି (ବିହାର): ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍‌ ପ୍ରତାପ ତାଙ୍କ ନବବିବାହିତା ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବା ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ଚର୍ଚ୍ଚାରେ ଥିବାବେଳେ ହଠାତ୍‌ କାହାକୁ କିଛି ନଜଣାଇ ଘରୁ ଅନ୍ତର୍ଧାନ ହୋଇଯିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ତେବେ, ଆଜି ଅପରାହ୍ଣରେ ହଠାତ୍‌ ହରିଦ୍ୱାରରେ ଆବିର୍ଭାବ ହୋଇଛନ୍ତି ନିଖୋଜ ଥିବା ତେଜ୍‌ ପ୍ରତାପ। ଆଉ ଚରମବାଣୀ ଶୁଣାଇ କହିଛନ୍ତି ଯେ ଛାଡ଼ପତ୍ର ମାମଲାରେ ଯେପର୍ଯ୍ୟନ୍ତ ନିଜ ପରିବାର ଲୋକେ ତାଙ୍କୁ ସମର୍ଥନ ଦେଇ ନାହାନ୍ତି ସେପର୍ଯ୍ୟନ୍ତ ସେ ଘରକୁ ଫେରିବେ ନାହିଁ।

publive-image

ଆଜି ଅପରାହ୍ଣରେ ପାଟନାର ଏକ ଆଞ୍ଚଳିକ ଟିଭି କାର୍ଯ୍ୟାଳୟକୁ ଫୋନ୍‌ କରି ତେଜ୍‌ ପ୍ରତାପ ତାଙ୍କ ସାନଭାଇ ତେଜସ୍ୱୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ନିଜ ପରିବାର ଲୋକଙ୍କୁ ଉପରୋକ୍ତ ଚରମବାଣୀ ଶୁଣାଇଛନ୍ତି। ସେ କହିଛନ୍ତି ଯେ ମୁଁ କୌଣସି ବି ପରିସ୍ଥିତରେ ଐଶ୍ୱର୍ଯ୍ୟାଙ୍କ ସହ ଚଳି ପାରିବି ନାହିଁ। ସେଥିପାଇଁ ମୁଁ ତାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛି। କିନ୍ତୁ ଏଥିରେ ମୋ ପରିବାର ଲୋକେ ମୋତେ ସମର୍ଥନ ଦେଉ ନଥିବା କାରଣରୁ ମୁଁ ଘର ଛାଡ଼ିବା ପାଇଁ ବାଧ୍ୟ ହେଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe