ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ‘ତେଜ ସେନା’ ଲଞ୍ଚ୍‌ କରିବେ ତେଜ ପ୍ରତାପ ଯାଦବ: ‘ପରିବର୍ତ୍ତନ ପାଇଁ ଯୋଗ ଦେବାକୁ’ କହିଲେ ଲୋକଙ୍କୁ

Advertisment
ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ‘ତେଜ ସେନା’ ଲଞ୍ଚ୍‌ କରିବେ ତେଜ ପ୍ରତାପ ଯାଦବ: ‘ପରିବର୍ତ୍ତନ ପାଇଁ ଯୋଗ ଦେବାକୁ’ କହିଲେ ଲୋକଙ୍କୁ

Image Source: Zee News

ପାଟନା: ‘ପରିବର୍ତ୍ତନକାରୀଙ୍କ’ ପାଇଁ ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜ ପ୍ରତାବ ଯାଦବ ‘ତେଜ ସେନା’ ନାମକ ଗୋଟାଏ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଜୁନ୍‌ ୨୮ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୦: ୩୦ରେ ଏହି ପ୍ଲାଟ୍‌ଫର୍ମର ଲାଇଭ୍‌ ଆରମ୍ଭ କରାଯିବ।

ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ ବୁଧବାର ରାତିରେ ଟୁଇଟ୍‌ରେ ସେୟାର୍‌ କରିଛନ୍ତି: ପରିବର୍ତ୍ତନ ପାଇଁ ପରିବର୍ତ୍ତକାରୀଙ୍କ ପାଇଁ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ତେଜ ସେନାରେ ଯୋଗ ଦିଅନ୍ତୁ। ଜୁନ୍‌ ୨୮ ତାରିଖରେ ଲଞ୍ଚ୍‌ ହେବ। ଟୁଇଟ୍‌ ସହ ଥିବା ଗୋଟାଏ ପୋଷ୍ଟର୍‌ର ଗୋଟିଏ ପଟରେ ସ୍ମାର୍ଟଫୋନ୍‌ ସ୍କ୍ରିନ୍‌ରେ ରହିଛି ତେଜ ପ୍ରତାପଙ୍କ ଫଟୋ। ତା’ପାଖକୁ ରହିଛି ଆର୍‌ଜେଡିର ଚିହ୍ନ ଏବଂ ଗୋଟାଏ ମୋବାଇଲ୍‌ ନମ୍ବର।

publive-image Image Source: Times Now

ଅଭିଯାନ ସଂକ୍ରାନ୍ତରେ ଟୁଇଟ୍‌ରେ ବିଶେଷ କିଛି ବ୍ୟାଖ୍ୟା ଦିଆଯାଇ ନାହିଁ।

ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଆର୍‌ଜେଡିରୁ ଏକଘରକିଆ ହୋଇଯାଇଥିବା ତେଜ ପ୍ରତାପ ମାର୍ଚ ମାସରେ ତାଙ୍କ ନିଜ ରାଜନୈତିକ ସାମ୍ମୁଖ୍ୟ ‘ଲାଲୁ-ରାବ୍ରି ମୋର୍ଚା ଆରମ୍ଭ କରିଥିଲେ।

ଶନିବାର ଜୁନ୍‌ ୨୨ ତାରିଖ ଦିନ ତେଜ ପ୍ରତାପ ଜେଲ୍‌ଦଣ୍ଡ ଭୋଗୁଥିବା ତାଙ୍କ ଅସୁସ୍ଥ ବାପା ଲାଲୁ ପ୍ରସାଦଙ୍କୁ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସ୍‌ରେ ଭେଟି ଭଗବତ୍‌ ଗୀତା ଉପହାର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe