ତେଜ ପ୍ରତାପ ଯାଦବଙ୍କୁ ଗୋବର୍ଦ୍ଧନ ପର୍ବତ ପରିକ୍ରମା କରାଇ ଦେଲାନି ମଥୁରା ପୁଲିସ

Advertisment
ତେଜ ପ୍ରତାପ ଯାଦବଙ୍କୁ ଗୋବର୍ଦ୍ଧନ ପର୍ବତ ପରିକ୍ରମା କରାଇ ଦେଲାନି ମଥୁରା ପୁଲିସ

Image Courtesy of Times Now

ମଥୁରା: ପିତା ଲାଲୁ ପ୍ରସାଦ ଯାଦବଙ୍କ ଆରୋଗ୍ୟ କାମନା କରି ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିବାକୁ ଯାଇଥିବା ପୁଅ ତେଜ ପ୍ରତାପ ଯାଦବଙ୍କୁ ମଥୁରା ପୁଲିସ ବାଧା ଦେଇଥିବା କଥା ସେ ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି, ପୁଲିସ ଏବଂ ମାଜିଷ୍ଟ୍ରେଟ୍‌ଙ୍କ କାର୍‌ ସବୁକୁ ‘ଗୋବର୍ଦ୍ଧନ ପର୍ବତ’ ପରିକ୍ରମା କରିବା ପାଇଁ ଅନୁମତି ମିଳୁଥିବା ବେଳେ ମଥୁରା ପୁଲିସ ମୋତେ କାର୍‌ରେ ବସି ପରିକ୍ରମା କରିବା ପାଇଁ ଅନୁମତି ଦେଇ ନ ଥିଲା। ମୋ ବାପାଙ୍କ ଆରୋଗ୍ୟ କାମନା କରି ପ୍ରର୍ଥନା କରିବା ଲାଗି ମୁଁ ଏଠାକୁ ଆସିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତେଜ ପ୍ରତାପଙ୍କୁ ପ୍ରାୟ ଅଧଘଣ୍ଟା କାଳ ମଥୁରା ଥାନାରେ ବସାଇ ରଖାଯାଇଥିଲା। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଥାରେ ମଥୁରା ‘ଏସ୍‌ଏସ୍‌ପି’ ଏବଂ ଗୋବର୍ଦ୍ଧନ ଥାନାର ଭାରପ୍ରାପ୍ତ ଅଧିକାରୀ ତାଙ୍କୁ ଅଟକାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

publive-image Image Courtesy of Zee News

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ତେଜ ପ୍ରତାପ ବୃନ୍ଦାବନସ୍ଥିତ ଗୋବର୍ଦ୍ଧନ ପର୍ବତ ନିକଟରେ ପହଞ୍ଚିଥିଲେ। ଗାଡ଼ିରେ ବସି ସେ ପର୍ବତ ପରିକ୍ରମା କରିବାକୁ ଚାହୁଁଥିଲ। କିନ୍ତୁ, ପରିକ୍ରମା ମାର୍ଗରେ ଯାନବାହନ ଚାଳନା ନିଷେଧ କହି ପୁଲିସ ତାଙ୍କୁ ଅଟକାଇଥିଲା।

ଏଥିରେ ଭୀଷଣ ରାଗିଯାଇଥିବା ତେଜ ପ୍ରତାପ ପୁଲିସ ତାଙ୍କୁ ବାଧା ଦେଉଥିବା ବେଳେ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିଲେ। ତେଜ ପ୍ରତାପ ପର୍ବତ ପରିକ୍ରମା ‌ଶେଷ କରିବା ଲାଗି ପୁଲିସଙ୍କୁ ଅନୁରୋଧ କରୁଥିବା ବେଳେ, ସେମାନେ ମନା କରି ଦେଉଥିବାର ଦୃଶ୍ୟ ଥିବା କେତେକେ ଭିଡିଓ ମଧ୍ୟ ସ୍ଥାନୀୟ ଗଣମାଧ୍ୟମ ସବୁ ପ୍ରସାରଣ କରିଥିଲେ।

ପରେ ମଥୁରା ପୁଲିସ ଟୁଇଟ୍‌ କରି ଲେଖିଥିଲା: ପରିକ୍ରମା ମାର୍ଗରେ ଯାନବାହନ ନିଷେଧ ଥିବାରୁ ତେଜ ପ୍ରତାପଙ୍କୁ ତାଙ୍କ କାର୍‌ରେ ବସି ‘ଗୋବର୍ଦ୍ଧନ ପରିକ୍ରମାରୁ ବିରତ କରାଯାଇଛି। ଏହାଛଡ଼ା, ପରିକ୍ରମା ମାର୍ଗରେ ଭକ୍ତଙ୍କ ଗହଳି ଥିବାରୁ ଗାଡ଼ିରେ ବସି ପରିକ୍ରମା କରିବାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe