ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ଚଳିତ ଥର ସେ ନିଜ ବେଶକୁ ନେଇ ଲୋକମାନଙ୍କୁ ଆକର୍ଷିତ କରିଛନ୍ତି। ତେଜ ପ୍ରତାପ ନିକଟରେ ତାଙ୍କର କିଛି ଫଟୋ ଓ ଭିଡିଓ ଇନଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଏହି ଫଟୋରେ ସେ ଶିବଙ୍କ ରୂପରେ ରଙ୍ଗୀନ ହୋଇଥିବା ଦେଖିବାକୁ ମିଳିଛି। ଗତ ବର୍ଷ ମଧ୍ୟ ତେଜପ୍ରତାପ ଏଭଳି କିଛି ନିଆରା ରୂପରେ ନଜର ଆସିଥିଲେ।
ଶ୍ରାବଣ ମାସର ପ୍ରଥମ ସୋମବାରରେ ସେ ମହାଦେବଙ୍କ ରୂପ ଧାରଣ କରିଥିଲେ। ଶିବଙ୍କ ପରି ବାଘ ଛାଲ ଭଳି କପଡ଼ା ଓ ଗେରୁଆ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ବେଶଭୂଷା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷରେ ମନ୍ଦିରରେ ତେଜ ପ୍ରତାପ ରୂଦ୍ରାଭିଷେକ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟର ଦୃଶ୍ୟକୁ ସେ ଇନଷ୍ଟାଗ୍ରାମରେ ଶେୟାର କରଛନ୍ତି।
Follow Us