Tejas catches fire at air show: ଏୟାର ସୋ’ରେ ଜଳିଗଲା ତେଜସ୍‌; ପାଇଲଟ୍‌ଙ୍କ ମୃତ୍ୟୁ

ଦୁବାଇ ଏୟାର ସୋ’ର ଶେଷ ଦିନରେ ଆଜି ଭାରତୀୟ ବାୟୁସେନାର ସ୍ୱଦେଶୀ ଲଢୁଆ ବିମାନ ତେଜସ୍‌ (ଏଲ୍‌ସିଏ ମାର୍କ-୧) ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଅଲ୍ ମକ୍‌ତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ଥାନୀୟ....

tejas air show

Photograph: (News18)

ଦୁବାଇ: ଦୁବାଇ ଏୟାର ସୋ’ର ଶେଷ ଦିନରେ ଆଜି ଭାରତୀୟ ବାୟୁସେନାର ସ୍ୱଦେଶୀ ଲଢୁଆ ବିମାନ ତେଜସ୍‌ (ଏଲ୍‌ସିଏ ମାର୍କ-୧) ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଅଲ୍ ମକ୍‌ତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ଥାନୀୟ ସମୟ ଅପରାହ୍ଣ ୨.୧୦ରେ (ଭାରତୀୟ ସମୟ ଅପରାହ୍ନ ୩.୪୦) ଉଡ଼ାଣ କୌଶଳ ପ୍ରଦର୍ଶନ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ରନ୍‌ୱେ ନିକଟରେ ଖସିପଡ଼ିବା ସହ ଜଳିଯାଇଥିଲା। 

ଏହି ଦୁର୍ଘଟଣାରେ ୱିଙ୍ଗ୍‌ କମାଣ୍ଡର ନମଂଶ ସ୍ୟାଲ ପ୍ରାଣ ହରାଇଛନ୍ତି। ଏହି ପାଇଲଟ୍‌ଙ୍କ ୧,୫୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଥିଲା। ନିମ୍ନ ଉଚ୍ଚତାରେ (୫୦୦ ଫୁଟରୁ କମ୍) ଦୁର୍ଘଟଣା ଘଟିଥିବାରୁ ‘ଇଜେକ୍ସନ୍ ସିଟ୍’ କାମ କରିବା ସୁଯୋଗ ମିଳିନଥିଲା ଏବଂ ପାରାସୁଟ୍ ଖୋଲି ନ ଥିଲା। ତେବେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କମିଟି ଗଠନ କରାଯାଇଛି। ତେଜସ୍‌ର ପ୍ରଥମ ଦୁର୍ଘଟଣା ୨୦୨୪ ମାର୍ଚ୍ଚ ୧୨ରେ ରାଜସ୍ଥାନର 
ଜୈସଲମେର ନିକଟରେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe