Image Courtesy of The Times of India
ପାଟନା: ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରି ଯେଉଁ ସବୁ ନିର୍ବାଚନ ମଣ୍ଡଳୀରେ ଶେଷରେ ପୋଷ୍ଟାଲ୍ ବାଲଟ୍ ଗଣା ଯାଇଥିଲା ସେଠାରେ ପୁଣି ଥରେ ସେଗୁଡ଼ିକୁ ଗଣିବାକୁ ‘ରାଷ୍ଟ୍ରୀୟ ଜନତା ଦଳ’ ନେତା ତେଜସ୍ବୀ ଯାଦବ ଗୁରୁବାର ଦିନ ଦାବି କରିଛନ୍ତି।
ମାତ୍ର ୦.୧% ଭୋଟ୍ ବ୍ୟବଧାନରେ ‘ଏନ୍ଡିଏ’ ୧୫ଟି ଅଧିକ ଆସନ ପାଇବା କଥାରେ ସେ ବିସ୍ମିତ ହୋଇଛନ୍ତି। ‘ଏନ୍ଡିଏ’ ସମୁଦାୟ ଭୋଟ୍ର ୩୭.୩% ପାଇଥିବା ବେଳେ ମହାମେଣ୍ଟ ୩୭.୨% ଭୋଟ୍ ପାଇଛି। ପାର୍ଥକ୍ୟ ମାତ୍ର ୦.୧%। ୦.୧%କୁ ଭୋଟ୍ରେ ପରିବର୍ତ୍ତିତ କଲେ, ଭୋଟ୍ ସଂଖ୍ୟା ହେବ ୧୨, ୨୭୦। ପ୍ରାୟ ୧୨୦୦୦ ଭୋଟ୍ରେ ସେମାନେ କେମିତି ଅଧିକ ୧୫ଟି ଆସନରେ ବିଜୟୀ ହେଲେ ବୋଲି ସେ ପଚାରିଛନ୍ତି। ଏହାଛଡ଼ା, ସେ କହିଛନ୍ତି କି, ଅନେକ ପୋଷ୍ଟାଲ୍ ବାଲଟ୍ ରଦ୍ଦ କରି ଦିଆଯାଇଛି।
Image Courtesy of The Asian Ageସେ କହିଛନ୍ତି, ଚାକିରିଆ ଲୋକେ ପୋଷ୍ଟାଲ୍ ବାଲଟ୍ ଭୋଟ୍ ଦିଅନ୍ତି। ସେଗୁଡ଼ିକରୁ ଅଧିକାଂଶ କାହିଁକି ରଦ୍ଦ କରାଗଲା ବୋଲି ଜାଣିବାକୁ ଆମ ପ୍ରାର୍ଥୀମାନେ ଲିଖିତ ଭାବେ ପଚାରିଥିଲେ। କାହା ଆଦେଶରେ ପୋଷ୍ଟାଲ୍ ବାଲଟ୍ଗୁଡ଼ିକୁ ଶେଷରେ ଗଣା ହେଲା? ଆମେ ଖୁବ୍ ସ୍ବଳ୍ପ ବ୍ୟବଧାନରେ ହାରିଥିବାରୁ ପୋଷ୍ଟାଲ୍ ଭୋଟ୍ଗୁଡ଼ିକର ପୁନଃଗଣନା ଲାଗି ଦାବି କରୁଛୁ।
ସେ ପୁଣି ମଧ୍ୟ କହିଛନ୍ତି ଯେ, ପୋଷ୍ଟାଲ୍ ବାଲଟ୍ଗୁଡ଼ିକୁ ପ୍ରଥମେ ଗଣିବା କଥା ଏବଂ ସମୁଦାୟ ଗଣନା ପ୍ରକ୍ରିୟାର ଭିଡିଓଗ୍ରାଫି ହେବା ଆବଶ୍ୟକ। ଆପଣଙ୍କୁ ସମସ୍ତ ପ୍ରାର୍ଥୀମାନଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ।
ଅସାଧୁ ଉପାୟରେ ସରକାର ଗଢୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଦୋଷ ଦେଇ ସେ ପଚାରିଛନ୍ତି, ଅତି ସ୍ବଳ୍ପ ବ୍ୟବଧାନରେ ଆମେ ୨୦ଟି ଆସନରେ ହାରିଲୁ। ମୋ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୯୦୦ ପୋଷ୍ଟାଲ୍ ବାଲଟ୍ ରଦ୍ଦ ହେଲା। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପଚାରୁଛି, ପୋଷ୍ଟାଲ୍ ବାଲଟ୍ଗୁଡ଼ିକୁ କାହିଁକି ପରେ ଗଣା ହେଲା?
Follow Us