ପ୍ରତି ବର୍ଷ ବନ୍ୟାରେ ପରିଚୟ ପତ୍ର ହଜିବ କହି ‘ସିଏଏ’ ବିରୋଧରେ ବିହାର ବନ୍ଦ ଡାକରା ଦେଲେ ତେଜସ୍ୱୀ ଯାଦବ

Advertisment
ପ୍ରତି ବର୍ଷ ବନ୍ୟାରେ ପରିଚୟ ପତ୍ର ହଜିବ କହି ‘ସିଏଏ’ ବିରୋଧରେ ବିହାର ବନ୍ଦ ଡାକରା ଦେଲେ ତେଜସ୍ୱୀ ଯାଦବ

Image Source: Hindustan Times

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦପୂର୍ବକ ଶନିବାର ଦିନ ବିହାର ବନ୍ଦ କରିବାକୁ ରାଜ୍ୟବାସୀଙ୍କୁ ‘ଆର୍‌ଜେଡି’ ନେତା ତେଜସ୍ୱୀ ଯାଦବ ନିବେଦନ କରିଛନ୍ତି।

‘ଏନ୍‌ଆର୍‌ସି’କୁ ବିରୋଧ କରି ସେ କହିଛନ୍ତି ଯେ ଯଦି ଏହା ଲାଗୁ କରାଯାଏ ଲୋକେ ସେମାନଙ୍କର ପରିଚୟର ପ୍ରମାଣ ଦେଇ ପାରିବେ ନାହିଁ। ଏହାର କାରଣ ରାଜ୍ୟରେ ପ୍ରତି ବର୍ଷ ଆସୁଥିବା ବନ୍ୟାରେ ସେମାନଙ୍କର ପରିଚୟ ସଂକ୍ରାନ୍ତ କାଗଜପତ୍ର ଭାସିଯିବ।

ଶୁକ୍ରବାର ଦିନ ଟୁଇଟ୍‌ କରି ସେ କହିଥିଲେ: ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ବିରୋଧରେ ପ୍ରତିବାଦ ପ୍ରଦର୍ଶନପୂର୍ବକ ଡିସେମ୍ବର ୨୧ ତାରିଖ ଦିନ ‘ଆର୍‌ଜେଡି’ ବିହାର ବନ୍ଦର ନେତୃତ୍ୱ ନେବ। ଶାନ୍ତିପୂର୍ଣ୍ଣ ପ୍ରତିବାଦ ନିମନ୍ତେ ଡାକରା ଦେବାକୁ ବନ୍ଦ ପୂର୍ବ ସନ୍ଧ୍ୟାରେ ପ୍ରତି ଜିଲ୍ଲାରେ ମଶାଲ ଶୋଭାଯାତ୍ରା ବାହାର କରାଯିବ।

publive-image Image Source: The Asian Age

ତେଜସ୍ୱୀଙ୍କ ଆହ୍ଵାନକ୍ରମେ ଶନିବାର ସକାଳୁ ସାର୍ଟ ପିନ୍ଧି ନ ଥିବା ‘ଆର୍‌ଜେଡି’ର ସମର୍ଥକମାନେ ମଇଁଷି ଧରି ରାଜପଥ ଅବରୋଧ କରିବା ସହ ରେଳଧାରଣା ଉପରେ ବସି ସ୍ଲୋଗାନ୍‌ ଦେଇଥିଲେ।

ବିହାରର ଅନ୍ୟୂନ ଦୁଇଟି ସ୍ଥାନରେ ଆର୍‌ଜେଡି ସମର୍ଥକମାନେ ଏଭଳି ପ୍ରତିବାଦ କରିଥିବା ଜଣାପଡ଼ିଛି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ପ୍ରତିବାଦକାରୀମାନେ ସ୍ଲୋଗାନ୍‌ ଦେଇଥିଲେ। ଦରଭଙ୍ଗା ଠାରେ କେତେକ ସମର୍ଥକ ପୁରୁଣା ଟାୟାର୍‌ ପୋଡ଼ି ରାଜପଥ ଅବରୋଧ କରିଥିବା କୁହାଯାଉଛି। ବୈଶାଳୀ ଠାରେ ‘ଆର୍‌ଜେଡି’ କର୍ମୀମାନେ ମଇଁଠି ଠିଆ କରାଇ ରାଜପଥ ବନ୍ଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe