ପ୍ରତ୍ୟେକ ଭଉଣୀଙ୍କୁ ମୋର ଅନୁରୋଧ ଆପଣଙ୍କ ଭାଇହାତରେ ଆଉ ଏକ ରାକ୍ଷୀ ମୋ ନାମରେ ବାନ୍ଧି ଦିଅନ୍ତୁ: ତେଜସ୍ୱୀ ଯାଦବ

Advertisment

ମହିଳାମାନଙ୍କୁ ତେଜସ୍ବୀ ଅନୁରୋଧ କରି କହିଲେ, ଆପଣମାନେ ଆପଣଙ୍କ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ, ଭାଇ ତେଜସ୍ୱୀ ନାମରେ ଆଉ ଗୋଟିଏ ରାକ୍ଷୀ ଆପଣଙ୍କ ଭାଇ ହାତରେ ବାନ୍ଧି ଦିଅନ୍ତୁ।’

ମହିଳାମାନଙ୍କୁ ତେଜସ୍ବୀ ଅନୁରୋଧ କରି କହିଲେ, ଆପଣମାନେ ଆପଣଙ୍କ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ, ଭାଇ ତେଜସ୍ୱୀ ନାମରେ ଆଉ ଗୋଟିଏ ରାକ୍ଷୀ ଆପଣଙ୍କ ଭାଇ ହାତରେ ବାନ୍ଧି ଦିଅନ୍ତୁ।’

New Project (17)

ନୂଆଦିଲ୍ଲୀ: ରକ୍ଷା ବନ୍ଧନ ଅବସରରେ ତେଜସ୍ୱୀ ଯାଦବ ବିହାରର ମହିଳା ଏବଂ ଛାତ୍ରୀମାନଙ୍କୁ ନିଜର ଭଉଣୀ ବୋଲି ସମ୍ଭୋଧନ କରିଛନ୍ତି। ଏଥିସହିତ ତାଙ୍କ ନାମରେ ରାକ୍ଷୀ ବାନ୍ଧିବାକୁ ଅନୁରୋଧ କରିଛନ୍ତି।

ତେଜସ୍ୱୀ ଯାଦବ ତାଙ୍କ ଚିଠିରେ ଲେଖିଛନ୍ତି, ‘ସର୍ବପ୍ରଥମେ, ଆପଣ ସମସ୍ତଙ୍କୁ 'ରକ୍ଷା ବନ୍ଧନ'ର ହାର୍ଦ୍ଦିକ ଶୁଭକାମନା, ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଏହି ରକ୍ଷା ବନ୍ଧନ ଆପଣଙ୍କୁ ସୁଖ, ସମୃଦ୍ଧି, ଶାନ୍ତି ଏବଂ ପ୍ରଗତି ପ୍ରଦାନ କରୁ। ମୁଁ ଆପଣ ସମସ୍ତଙ୍କ ତେଜସ୍ବୀ ଭାଇ।

ମୁଁ ଜାଣେ ସମସ୍ତ ଭଉଣୀମାନେ ଆଜି ଆନନ୍ଦର ସହିତ ରକ୍ଷାବନ୍ଧନ ପର୍ବ ପାଳନ କରୁଛନ୍ତି, ମୁଁ ଆପଣଙ୍କୁ ଏକ ଅନୁରୋଧ କରିବାକୁ ଚାହୁଁଛି। ମୋର ଅନୁରୋଧ ହେଉଛି ଯେ ଆପଣମାନେ ଆପଣଙ୍କ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ, ଭାଇ ତେଜସ୍ୱୀ ନାମରେ ଆଉ ଗୋଟିଏ ରାକ୍ଷୀ ଆପଣଙ୍କ ଭାଇ ହାତରେ ବାନ୍ଧି ଦିଅନ୍ତୁ। ହଁ, ଏହା ସତ ଯେ ଆପଣଙ୍କ ତେଜସ୍ୱୀ ଭାଇ ବିହାରର ପ୍ରତ୍ୟେକ ଘରକୁ ଆସିପାରିବେ ନାହିଁ, କିନ୍ତୁ ଏତିକି ଦାବି କରି କହି ପାରିବି ମୁଁ ପ୍ରତ୍ୟେକ ଘରର, ପ୍ରତ୍ୟେକ ଭଉଣୀର ସମୃଦ୍ଧି ବିଷୟରେ ଚିନ୍ତା କରୁଛନ୍ତି ଏବଂ ନୀତି ପ୍ରସ୍ତୁତ କରୁଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe