କ୍ଷମତାରେ ନଥିବା ରାଜ୍ୟରେ ହିଁ ବିଜେପିର ୩ଟି ଜ୍ବାଇଁ, ଆଇଟି, ଇଡି ଓ ସିବିଆଇ ଚଢ଼ଉ କରନ୍ତି: ତେଜସ୍ବୀ

କ୍ଷମତାରେ ନଥିବା ରାଜ୍ୟରେ ହିଁ ବିଜେପିର ୩ଟି ଜ୍ବାଇଁ, ଆଇଟି, ଇଡି ଓ ସିବିଆଇ ଚଢ଼ଉ କରନ୍ତି: ତେଜସ୍ବୀ

ପାଟନା: ଦୁଇ ସପ୍ତାହ ପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗିଥିବା ଏବଂ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ସହିତ ସରକାର ଗଠନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଦିନ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ସଂଖ୍ୟାଗରିଷ୍ଠତା ସତ୍ତ୍ବେ ଶାସକ ଦଳ ଭୋଟ୍ କରିବାକୁ ଦାବି କରିଥିଲେ। ହେଲେ ବିଜେପି ‌ଏହାର ବିରୋଧ କରି ‌ଭୋଟ ଦେବାକୁ ମନା କରିବା ସହ ଗୃହରୁ ବାହାରକୁ ଚାଲିଯାଇଥିଲେ।

ତେବେ ବିହାରରେ ଫ୍ଲୋର ଟେଷ୍ଟ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଭାରତୀୟ ଜନତା ପାର୍ଟିକୁ ଟା‌ର୍ଗେଟ କରିବାକୁ ଭୁଲିନଥିଲେ। ସେ ଆୟକର ବିଭାଗ(ଆଇଟି), ଇଡି ଓ ସିବିଆଇକୁ ବିଜେପିର ତିନିଟି ଜ୍ବାଇଁ ବୋଲି କହିଥିଲେ, ଯାହାକୁ ନେଇ ବିଧାନସଭାରେ ବହୁତ ଉତ୍ତେଜନା ଦେଖାଦେଇଥିଲା।

ସିବିଆଇ ଚଢ଼ଉକୁ ନେଇ ତେଜସ୍ୱୀ ଯାଦବ କହିଥିଲେ ଯେ, ଯଦି କେହି ବିଜେପି ସହିତ ରୁହନ୍ତି, ତେବେ ସେ ହରିଶ୍ଚନ୍ଦ୍ର ହୋଇଯାଆନ୍ତି ଏବଂ ଯଦି କିଏ ବିଜେପି ହାତ ଛାଡ଼ିଦିଏ ତେବେ ବିଜେପି ତାକୁ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣ କରିଦିଏ। ଯେତେବେଳେ ମୁଁ ବିଦେଶ ଯାଏ, ସେତେବେଳେ ମୋ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଏ। କିନ୍ତୁ ହଜାର ହଜାର କୋଟି ଟଙ୍କା ନେଇ ପଳାୟନ କରିଥିବା ମେହୁଲ ଚୋକସି, ନୀରବ ମୋଦୀ, ଲଲିତ ମୋଦୀ ଏବଂ ବିଜୟ ମାଲ୍ୟାଙ୍କ ବିରୋଧରେ କୌଣସି ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇନାହିଁ।

ଗୁରୁଗ୍ରାମରେ ଥିବା ମଲ୍ ଉପରେ ଚଢ଼ାଉ କରାଯିବା ପରେ ଏହି ମଲରେ ତେଜସ୍ୱୀ ଯାଦବଙ୍କର ଏକ ବଡ଼ ଅଂଶ ଥିବା କୁହାଯାଉଥିଲା। ଏବେ ଏହୀ ଚର୍ଚ୍ଚା ଉପରେ ସଫେଇ ଦେଇ ସେ କହିଛନ୍ତି ଯେ, ମଲ୍ ମୋର ନୁହେଁ। ଏହାର ଉଦଘାଟନ ଜଣେ ବିଜେପି ନେତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe