ନୂଆଦିଲ୍ଲୀ: ଏଆଇଏମ୍ଆଇଏମର ବରିଷ୍ଠ ନେତା ବାରିସ୍ ପଠାନ୍ ହିନ୍ଦୁମାନଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଆଜି ଆରଜେଡିର ବରିଷ୍ଠ ନେତା ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏଭଳି ବୟାନ୍ ନିନ୍ଦନୀୟ। ଏଥିଲାଗି ବାରିସ୍ ପଠାନଙ୍କୁ ଗିରଫ କରାଯାଉ। ସେ ଅଭିଯୋଗ କରିଛନ୍ତି ଯେ ଏଆଇଏମ୍ଆଇଏମ୍ ବିଜେପିର ବି-ଟିମ୍ ଭଳି କାମ କରୁଛି। ସେହିଭଳି ବିଜେପି ନେତା ଅନୁରାଗ ଠାକୁର ଏବଂ ପରବେଶ ବର୍ମାଙ୍କୁ ଗିରଫ କରାଯିବା ଉଚିତ ବୋଲି ମତ ଦେଇଛନ୍ତି ତେଜସ୍ବୀ ଯାଦବ। ଏଭଳି ବିବାଦୀୟ ଟିପ୍ପଣୀ ଲାଗି କଠୋର ଦଣ୍ଡର ବ୍ୟବସ୍ଥା ହେବା ଉଚିତ।
ସୂଚନାଯୋଗ୍ୟ, ଗତକାଲି ଏକ ଜନସଭାକୁ ସମ୍ବୋଧନ କରି ବାରିସ୍ ପଠାନ ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ସେ ନିଜର ଯେଉଁ ବୟାନ ଦେଇଥିଲେ, ତାହା ତାଙ୍କୁ ଏବେ ବିବାଦରେ ଛନ୍ଦିଛି। ଜନସଭାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ୧୫କୋଟି ମୁସଲିମ୍ ୧୦୦କୋଟି ହିନ୍ଦୁମାନଙ୍କ ଉପରେ ଭାରି ପଡ଼ିବେ ବୋଲି କହୁଛନ୍ତି।
image source-ndtvଭିଡିଓରେ, ଇଟାର ଜବାବ ପଥରରେ ଦେବା ଏବେ ଆମେ ଶିଖି ଯାଇଛୁ। କିନ୍ତୁ ଆମ ସମସ୍ତଙ୍କୁ ଏକାଠି ହୋଇ ଚାଲିବାକୁ ପଡ଼ିବା ସହ ସ୍ବାଧୀନ ହେବାକୁ ପଡ଼ିବ। ଯେଉଁ ଜିନିଷ ମାଗିଲେ ମିଳୁ ନାହିଁ, ତାକୁ ଛଡ଼ାଇ ଆଣିବାକୁ ପଡ଼ିବ। ଆମକୁ କହୁଛନ୍ତି କି, ଆମେ ସାମ୍ନାକୁ ନ ଆସି ଆମ ମା’-ଭଉଣୀଙ୍କୁ ଆଗରେ ରଖି ଆନ୍ଦୋଳନ କରୁଛୁ। କେବଳ ମହିଳାମାନେ ବାହାରକୁ ବାହାରିବା ପରେ ତୁମ ଡରରେ ଥରିବାକୁ ଲାଗିଲେଣି। ଯଦି ଆମେ ସବୁ ମିଶି ଆନ୍ଦୋଳନ କରିବୁ, ତେବେ ତୁମ ମାନଙ୍କର କ’ଣ ହେବ। ୧୫କୋଟି ହେଲେ ମଧ୍ୟ ଆମେ ୧୦୦କୋଟି ହିନ୍ଦୁମାନଙ୍କୁ ହରାଇବାର କ୍ଷମତା ରଖିଛୁ ବୋଲି ସେ କହିଥିଲେ।
Follow Us