“ମୁଁ ସିଏମ ଚେହେରା”: ତେଜସ୍ବୀ ଯାଦବ

ଆଗକୁ ବିହାର ବିଧାନସଭା ନିର୍ବାଚନ ଅଛି । ଏବେଠାରୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରଚାର ଆରମ୍ଭ କରିଦିଆଗଲାଣି । ସେପଟେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି । ଆରଜେଡି ନେତା ତେଜସ୍ବୀ ଯାଦବ ନିଜକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରିଛନ୍ତି ।

cm

ପଟନା : ଆଗକୁ ବିହାର ବିଧାନସଭା ନିର୍ବାଚନ ଅଛି । ଏବେଠାରୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରଚାର ଆରମ୍ଭ କରିଦିଆଗଲାଣି । ସେପଟେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି । ଆରଜେଡି ନେତା ତେଜସ୍ବୀ ଯାଦବ ନିଜକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରିଛନ୍ତି । ତେବେ ଏ ନେଇ କଂଗ୍ରେସ ନୀରବ ରହିଛି । 

ଆରାରେ ଭୋଟର ଅଧିକାର ଯାତ୍ରାରେ ତେଜସ୍ୱୀ ଯାଦବ କହିଥିଲେ “ ଏହି ସରକାର ଏକ ନକଲି ସରକାର । ଆପଣ ମୋତେ କୁହନ୍ତୁ ଯେ ଆପଣ ଜଣେ ଡୁପ୍ଲିକେଟ ମୁଖ୍ୟମନ୍ତ୍ରୀ ଚାହାଁନ୍ତି କି ମୂଳ ମୁଖ୍ୟମନ୍ତ୍ରୀ?” ତେଜସ୍ୱୀଙ୍କ ବୟାନ ଉପରେ ବିହାର ବିଜେପି ମୁଖପାତ୍ର ପ୍ରେମ ରଞ୍ଜନ ପଟେଲ କହିଛନ୍ତି ଯେ ତେଜସ୍ୱୀ ମୁଙ୍ଗେରିଲାଲଙ୍କ ପରି ସ୍ୱପ୍ନ ଦେଖୁଛନ୍ତି। ସେ ନିଜକୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରୁଛନ୍ତି, କିନ୍ତୁ ରାହୁଲ ଗାନ୍ଧୀ ତାଙ୍କ ନାମକୁ ଅନୁମୋଦନ କରୁନାହାଁନ୍ତି। ଏ ସଂପର୍କରେ ରାହୁଲଙ୍କୁ ପଚରା ଗଲେ ତହା ଏଡ଼ାଇଦେଉଛନ୍ତି । ମହାଗଠବନ୍ଧନରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ମତଭେଦ ରହିଛି ।

ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା ଉପରେ ପଟେଲ କହିଛନ୍ତି ଯେ ଏନଡିଏ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ ଲଢିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe