image source--ndtv
ପାଟନା : ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ଜନମତ ସର୍ଭେ ଅନୁଯାୟୀ ବିହାରରେ ଆର୍ଜେଡି ନେତା ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ବିହାର ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଅଧିକ ପସନ୍ଦର ପ୍ରାର୍ଥୀ। ଅନ୍ୟପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସର୍ଭେରେ ସାମିଲ ହୋଇଥିବା ୪୪ ପ୍ରତିଶତ ଲୋକ ତେଜସ୍ବୀ ଯାଦବଙ୍କୁ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚାହୁଥିବା ବେଳେ ୩୫ ପ୍ରତିଶତ ଲୋକ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚାହାନ୍ତି। ୭ ପ୍ରତିଶତ ଲୋକ ଏଲ୍ଜେପିର ଚିରାଗ୍ ପାଶ୍ବାନ୍ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚାହାନ୍ତି ଏବଂ ଆର୍ଏଲ୍ଏସ୍ପିର ଉପେନ୍ଦ୍ର କୁଶୱାହାଙ୍କୁ ମାତ୍ର ୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଚାହାନ୍ତି।
Follow Us