ତେଜସ୍ବୀ ମହାମେଣ୍ଟ ନେତା ନିର୍ବାଚିତ: ‘ଆଉ ଥରେ ଗଣତି ହେଉ’

Advertisment

ଛଳନାରେ ଏନ୍‌ଡିଏ ଜିତିଛି: ତେଜସ୍ବୀ

ଛଳନାରେ ଏନ୍‌ଡିଏ ଜିତିଛି: ତେଜସ୍ବୀ

ବିହାରରେ ବିଜେପିର ‘ଅପରେସନ ମହାରାଷ୍ଟ୍ର’ ପ୍ରୟାସ : ତେଜସ୍ବୀ

Image Courtesy of The Times of India

ପାଟନା, ନୂଆଦିଲ୍ଲୀ: ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଆଜି ମହାମେଣ୍ଟର ନେତା ନିର୍ବାଚିତ ହୋଇଛନ୍ତି। ଏହି ୩୧ ବ‌ର୍ଷୀୟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମ‌ରେ ଉଦ୍‌ବୋଧନ ଦେଇ ଏନ୍‌ଡିଏ ଉପରେ ପ୍ରବଳ ବର୍ଷିଛନ୍ତି। ତେଜସ୍ବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦରେ ଯିଏ ରହିଲେ ମଧ୍ୟ ବିଜୟ ତାଙ୍କର ହୋଇଛି। ଜନସାଧାରଙ୍କ ସମର୍ଥନ ତାଙ୍କ ସହ ରହିଛି। ସେ ପୋଷ୍ଟାଲ୍‌ ବ୍ୟାଲଟ୍‌ ଗଣତିରେ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି ଏବଂ ଭୋଟ୍‌ ପୁନର୍ଗଣତି ପାଇଁ ଦାବି କରିଛନ୍ତି। ତେଜସ୍ବୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅର୍ଥବଳ, ବାହୁବଳ ଏବଂ ଛଳନାର ବ୍ୟବହାର କରିଛନ୍ତି । କିନ୍ତୁ ସେମାନେ ୩୧ ବର୍ଷୀୟ ନେତାଙ୍କୁ ଅଟକାଇ ପାରିଲେନାହିଁ ବୋଲି ସେ କହିଛନ୍ତି। ତେଜସ୍ବୀ ଅଭିଯୋଗ କରିଛନ୍ତି ଯେ, ଏନ୍‌ଡିଏ ଛଳନା କରି ଜିତିଛି। ମହାମେଣ୍ଟ ବି ବିହାରରେ ସରକାର ଗଠନ ପ୍ରୟାସ କରିବ ବୋଲି ସେ କହିଛନ୍ତି। ମହାମେଣ୍ଟ ସରକାର ଗଠନ କରିବାପାଇଁ ତେଜସ୍ବୀ ଜୋରଦାର ଲାଗି ପଡ଼ିଛନ୍ତି। ନବ ନିର୍ବାଚିତ ବିଧାୟକମାନେ ମାସେ ପର୍ଯ୍ୟନ୍ତ ସେମାନଙ୍କ ନିର୍ବାଚନ ମଣ୍ଡଳୀକୁ ନଫେରି ପାଟନାରେ ରହିବାପାଇଁ ତେଜସ୍ବୀ ନିର୍ଦ୍ଦେଶ ଦେଇଛନ୍ତି।

ତେଜସ୍ବୀ ଭୋଟ୍‌ ଜାଲିଆତି ହୋଇଥିବା କହିଛନ୍ତି ଏବଂ ସେ ଭୋଟ୍‌ ପୁନର୍ଗଣତି ପାଇଁ ଦାବି କରିଛନ୍ତି। ସେକମିସନ୍‌ଙ୍କ ଭୋଟ୍‌ ଗଣତି ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ କମିସନ ଏନ୍‌ଡିକୁ ସମର୍ଥନ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେଜସ୍ବୀ କହିଛନ୍ତି, ଲୋକଙ୍କ ସମର୍ଥନ ମହାମେଣ୍ଟ ସହ ଥିଲା କିନ୍ତୁ ନିର୍ବାଚନ କମିସନ୍‌ର ଫଳାଫଳ ଏନ୍‌ଡିଏ ସପକ୍ଷରେ ଯାଇଛି। ତେଜସ୍ବୀ କହିଛନ୍ତି, ଯଦି ଗଣତି ଠିକ୍‌ ଭାବେ ହୋଇଥାନ୍ତା ତେବେ ଆମେ ନିଶ୍ଚିତ ଭାବେ କ୍ଷମତାକୁ ‌ଫେରିଥାନ୍ତୁ। ଅଧିକାଂଶ ନିର୍ବାଚନମଣ୍ଡଳୀରେ ବେଆଇନ ଭାବେ ଶେଷରେ ପୋଷ୍ଟାଲ୍‌ ବାଲଟ୍‌ ଗଣତି ହୋଇଛି। କିଛି ଆସନରେ ୯୦୦ ପୋଷ୍ଟାଲ୍‌ ବାଲଟ୍‌କୁ ବିନା କାରଣାରେ ନାକଚ କରିଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe