ସୋନିଆଙ୍କୁ ଭେଟିଲେ ତେଜସ୍ବୀ

Advertisment

ତେଜସ୍ବୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ତେଜସ୍ବୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ମାନବାଧିକାର ଆୟୋଗ ବିଜେପିର ଏଜେଣ୍ଟ : ତେଜସ୍ବୀ ଯାଦବ

India Updates

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨ ଦିନ ପରେ ତେଜସ୍ବୀ ଯାଦବ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ତେଜସ୍ବୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ତେଜସ୍ବୀ ସୋନିଆଙ୍କ ସହିତ ବାମଦଳ ନେତା ସୀତାରାମ ୟେଚୁରୀ ଏବଂ ଡି ରାଜାଙ୍କୁ ଭେଟିଛନ୍ତି। ତେଜସ୍ବୀ କହିଛନ୍ତି, ପୁଣିଥରେ ବିହାର ଦେଶକୁ ବାଟ ଦେଖାଉଛି। ବିହାରରେ ନୂଆ ସରକାର ପୂର୍ଣ୍ଣ କ୍ଷମତାରେ କାମ କରିବ। ବିଜେପିକୁ ବାଦ୍‌ ଦେଲେ ବିହାରରେ ସମସ୍ତ ରାଜନୈତିକ ଦଳ ଏବେ ସମାନ ପୃଷ୍ଠାରେ ଅଛନ୍ତି। ଏହା ଲୋକଙ୍କ ସରକାର। ନୀତୀଶଙ୍କ ନିଷ୍ପତ୍ତି ବିଜେପି ଗାଲରେ ଠିକ୍‌ ସମୟରେ ଚାପୁଡ଼ା‌ ମାରିଛି। ବିଜେପିକୁ ଛାଡ଼ିଦେଲେ ସମସ୍ତ ରାଜନୈତିକ ଦଳ ବିହାର ବିଧାନସଭାରେ ଗୋଟିଏ। ଏହା ଏବେ ସମଗ୍ର ଦେଶରେ ଦେଖିବାକୁ ମିଳିବ। ଲୋକମାନେ ବେକାରୀ, ଦରବୃଦ୍ଧି ଏବଂ ଧାର୍ମିକ ସଂଘର୍ଷକୁ ନେଇ ଅତିଷ୍ଠ ହୋଇଗଲେଣି । କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ପ୍ରସଙ୍ଗରେ ତେଜସ୍ବୀ କହିଛନ୍ତି, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡରେ ବିଜେପି ଦ୍ବାରା ଚାଲିଥିବା ସମସ୍ତ ଡ୍ରାମା ଆମେ ଦେଖିଛୁ। ଯେଉଁମା‌ନେ ଭୟ କରୁଛନ୍ତି ସେମାନଙ୍କୁ ଡରାଅ। ‌ଯେଉଁମାନେ ବିକ୍ରି ହେଉଛନ୍ତି ସେମାନଙ୍କୁ କିଣ। ବିହାର ବାସିନ୍ଦା କେବେ ଭୟ କରିବେନି। ଆମେ ଚିରସ୍ଥାୟୀ ଏବଂ ବିକ୍ରି ଯୋଗ୍ୟ ନୁହେଁ ବୋଲି ତେଜସ୍ବୀ କହିଛନ୍ତି।

ତେଜସ୍ବୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ସହିତ ଏକ ବୁଲେଟପ୍ରୁଫ୍‌ କାର ମିଳିଛି। ରାଜ୍ୟପାଳ ଫଗୁ ଚୌହାନ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳିଛି। ତେଜସ୍ବୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦୀ। ସେ କହିଛନ୍ତି, ମତେ କେବେ ବି ବୁଲେଟପ୍ରୁଫ୍‌ କାର ଏବଂ ଜେଡ୍‌ ପ୍ଲସ ସୁରକ୍ଷା ମିଳିନାହିଁ। ସେମାନଙ୍କୁ ଏତେ ସୁରକ୍ଷା କାହିଁକି ଦରକାର ପଡ଼ୁଛି? ଲୋକମାନେ ଏବେ କ୍ଷମତାକୁ ଆସିଲେ ଭୟ କରୁଛନ୍ତି ବୋଲି ସୁଶୀଲ ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe