ନଭେମ୍ବର ୯ରେ ଲାଲୁ ଜେଲରୁ ବାହାରିବେ, ୧୦ରେ ନୀତିଶ ବିଦାୟ ନେବେ: ତେଜସ୍ୱୀ

Advertisment
ନଭେମ୍ବର ୯ରେ ଲାଲୁ ଜେଲରୁ ବାହାରିବେ, ୧୦ରେ ନୀତିଶ ବିଦାୟ ନେବେ: ତେଜସ୍ୱୀ

photo--ndtv

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହୋଇଛି। ସେହି କ୍ରମରେ ଶୁକ୍ରବାର ଦିନ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ନୱାଡାଠାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ତାଙ୍କ ଅଭିଭାଷଣରେ କହିଛନ୍ତି, 'କିଛି ଲୋକ ଜାତି ନାମରେ, କେହି କେହି ଧର୍ମ ନାମରେ ନିର୍ବାଚନ ଲଢ଼ିବେ, କିନ୍ତୁ ଏଥର ବିହାରର ଲୋକମାନେ ବେକାରୀ, କାର୍ଯ୍ୟ ପ୍ରସଙ୍ଗରେ ଲଢ଼ିବେ ।

ସେହିପରି ୯ ନଭେମ୍ବରରେ ମୋର ଜନ୍ମଦିନ ଥିବାବେଳେ ଲାଲୁ ଜୀ ମଧ୍ୟ ସେହିଦିନ ଜେଲରୁ ବାହାରିବେ ଆଉ ନଭେମ୍ବର ୧୦ ରେ ନୀତିଶ କୁମାର ବିଦାୟ ନେବେ । ସୂଚନା ଥାଉ କି ନୱାଡା ରାଲିରେ ତେଜସ୍ବୀଙ୍କ ସହ ରାହୁଲ ମଧ୍ୟ ଉପସ୍ଥିତ ଥିଲେ | ଏହି ସାଧାରଣ ରାଲିରେ ଉଭୟ ନେତା ବିଜେପି ଏବଂ ବିହାରର ନୀତିଶ ସରକାରଙ୍କୁ ଟାର୍ଗେଟ କରିଥିଲେ।

ତେଜସ୍ୱୀ କହିଥିଲେ ଯେ, 'ଯଦି ମୁଁ ମୁଖ୍ୟମନ୍ତ୍ରୀ ହୋଇଯାଏ , ମୋର ପ୍ରଥମ କ୍ୟାବିନେଟ ବୈଠକରେ ମୁଁ ବିହାରର ୧୦ ଲକ୍ଷ ଯୁବକମାନଙ୍କୁ ସରକାରୀ ଚାକିରି ଦେବା ପାଇଁ ନିର୍ଦ୍ଦେଶ ଦେବି। ବିହାରରେ ପ୍ରଧାନମନ୍ତ୍ରୀଙ୍କୁ ସବୁଠାରୁ ଅଧିକ ଥର ସ୍ୱାଗତ କରାଯାଇଛି, କିନ୍ତୁ ସେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, କାରଖାନା ଅଭାବ, ବେକାରୀ ଜବାବ ଦେବାକୁ ପଡିବ "|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe