ଭୋଟର ତାଲିକାରେ ନାମ ନଥିବା ଦାବି କରୁଥିବା ତେଜସ୍ବୀଙ୍କୁ ନିର୍ବାଚନ କମିସନ କହିଲେ, ‘ଧ୍ୟାନର ସହ ତାଲିକା ଦେଖନ୍ତୁ’

ତେଜସ୍ବୀ ଯାଦବଙ୍କ ଦାବିର ଉତ୍ତର ଦେଇ ନିର୍ବାଚନ କମିସନ ଏକ ସୂଚୀର ପୋଷ୍ଟ ଜାରି କରି କହିଛନ୍ତି, ‘ ତେଜସ୍ବୀ ଯାଦବ ଭଲଭାବେ ତାଲିକା ଦେଖନ୍ତୁ। ଯେଉଁଥିରେ ଆପଣ ନାମ ସ୍ପଷ୍ଟ ଭାବେ ରହିଛି।’

New Project (16)

ପାଟନା:  ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭୋଟର ତାଲିକାର ସଠିକତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଏକମ‌ାସ ଧରି ବିହାରରେ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସଆଇଆର) କରାଯାଇଥିଲା। 

ଅଗଷ୍ଟ ୧ ତାରିଖରେ ନିର୍ବାଚନ କମିସନ ଉକ୍ତ ଭୋଟର ତାଲିକାର ଚିଠା ପ୍ରକାଶ କରିଛନ୍ତି। ଏହି ଚିଠା ପ୍ରକାଶ ପାଇବା ପରେ ରାଷ୍ଟ୍ରୀୟ ଜନତା ଦଳ (ରାଜଦ) ନେତା ତେଜସ୍ବୀ ଯାଦବ ଦାବି କରି କହିଛନ୍ତି, ‘ମୁଁ ମୋର ନାମ ଏସଆଇଆର ଅଭିଯାନ ସମୟରେ ଗଣନା ଫର୍ମ ପୂରଣ କରିଥିଲି । କିନ୍ତୁ ଗତକାଲି ନିର୍ବାଚନ କମିସନ ଜାରି କରିଥିବା ଭୋଟର ତାଲିକାର ଚିଠାରେ ମୋର ନାମ ନାହିଁ। ମୁଁ ଆଗାମୀ ନିର୍ବାଚନ କେମିତି ଲଢ଼ିବି? ମୁଁ ନିର୍ବାଚନ କମିସନଙ୍କ ପୋର୍ଟାଲରେ ଆରଏବି୨୯୧୬୧୨୦ ନମ୍ବର ଭର୍ତ୍ତି କରି ସର୍ଚ୍ଚ କରିଥିଲି। କିନ୍ତୁ ଉତ୍ତର ଆସିଥିଲା ନୋ ରେକର୍ଡ ଫାଉଣ୍ଡ।’

ତେଜସ୍ବୀ ଯାଦବଙ୍କ ଏଭଳି ଦାବିର ଉତ୍ତର ଦେଇ ନିର୍ବାଚନ କମିସନ ଏକ ସୂଚୀର ପୋଷ୍ଟ ଜାରି କରି କହିଛନ୍ତି, ‘ ତେଜସ୍ବୀ ଯାଦବ ଭଲଭାବେ ତାଲିକା ଦେଖନ୍ତୁ। ଯେଉଁଥିରେ ଆପଣ ନାମ ନମ୍ବର ନାମ, ବୟସ, ବାପାଙ୍କ ନାମ ଓ କୋଠା ସଂଖ୍ୟା ସିରିଏଲ ନମ୍ବର ୪୧୬ରେ ଉଲ୍ଲେଖ ରହିଛି।’

ବିହାରର ସମସ୍ତ ୩୮ ଜିଲ୍ଲାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଭୋଟର ତାଲିକାର ଡିଜିଟାଲ୍ ଏବଂ ପ୍ରିଣ୍ଟ ଉଭୟ କପି ଦିଆଯାଇଛି। ଭୋଟର ଚିଠା ପ୍ରକାଶ ପାଇବା ପରେ  ୨୪୩ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀମାନେ ଭୋଟର ଏବଂ ଦଳମାନଙ୍କଠାରୁ ଦାବି ଏବଂ ଆପତ୍ତିକୁ ଗ୍ରହଣ କରି ତାହାର ସମାଧାନ କରିବେ। ଏହି ସମୟ ମଧ୍ୟରେ, ଯେକୌଣସି ବ୍ୟକ୍ତି ତାଙ୍କ ନାମ ଯୋଡିବା, ହଟାଇବା କିମ୍ବା ଭୁଲଥିବା ସୂଚନାର ସଂଶୋଧନ କରିବା ପାଇଁ  ଆବେଦନ କରିପାରିବେ। ଦାବି ଏବଂ ଆପତ୍ତି ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ପଞ୍ଜିକୃତ କରାଯାଇପାରିବାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe