ବିହାର ନିର୍ବାଚନରେ ତେଜସ୍ବୀଙ୍କ ନୂଆ ଚାଲ୍‌, ମୋଦୀଙ୍କ ପୁରୁଣା କ୍ଲିପିଂ ଛାଡ଼ି ନୀତୀଶଙ୍କୁ ନିଶାଣ

Advertisment
ବିହାର ନିର୍ବାଚନରେ ତେଜସ୍ବୀଙ୍କ ନୂଆ ଚାଲ୍‌, ମୋଦୀଙ୍କ ପୁରୁଣା କ୍ଲିପିଂ ଛାଡ଼ି ନୀତୀଶଙ୍କୁ ନିଶାଣ

Image Courtesy of The New Indian Express

ପାଟନା: କଂଗ୍ରେସ ଓ ବାମଦଳ ସହ ମେଣ୍ଟ କରି ମହାମେଣ୍ଟର ମୁଖିଆ ସାଜିଥିବା ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନିଶାଣ କରିବା ଲାଗି ଭିନ୍ନ ଅସ୍ତ୍ର ପ୍ରୟୋଗ କରିଛନ୍ତି। ନୀତୀଶଙ୍କ ସରକାର ୩୦ ହଜାର କୋଟି ଟଙ୍କାର ୬୦ରୁ ଅଧିକ ଦୁର୍ନୀତି ସହ ଜଡ଼ିତ ବୋଲି ୩୧ ବର୍ଷୀୟ ତେଜସ୍ବୀ ଅଭିଯୋଗ ଆଣିଛନ୍ତି। ତେବେ ନିଜ ଦାବିର ଯଥାର୍ଥତା ପ୍ରତିପାଦନ ପାଇଁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ପୁରୁଣା ଭିଡିଓ କ୍ଲିପିଂ ଛାଡ଼ିଛନ୍ତି।

ନୀତୀଶଙ୍କ ଏହି ୬୦ ଦୁର୍ନୀତି ମଧ୍ୟରୁ ୩୩ଟିକୁ ମୋଦୀ ହିଁ ପୂର୍ବରୁ ତାଲିକାଭୁକ୍ତ କରିଥିଲେ ବୋଲି କହି ତେଜସ୍ବୀ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଛନ୍ତି। ଇଞ୍ଜିନିଅରିଂ କଲେଜ ଠାରୁ ଆରମ୍ଭ କରି ଔଷଧ କିଣା, ମଦ ବିକ୍ରି ଓ ମଧ୍ୟାହ୍ନ ଭୋଜନ ଆଦି ଦୁର୍ନୀତି ସମ୍ପର୍କରେ ନିଜେ ମୋଦୀ ତାଙ୍କ ତୁଣ୍ଡରେ କହୁଥିବା ତେଜସ୍ବୀ ଦର୍ଶାଇଛନ୍ତି। ନିକଟରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସହ ଗୋଟିଏ ମଞ୍ଚରେ ବିହାରବାସୀ ଦେଖିବାକୁ ପାଇଥିଲେ। ତେବେ ପୁରୁଣା ଭିଡିଓ କ୍ଲିପିଂ ହେଉ ପଛକେ, ତେଜସ୍ବୀଙ୍କ ଏହି ନୂତନ ଚାଲ୍‌ ଭୋଟରଙ୍କ ମଧ୍ୟରେ ଆଲୋଡ଼ନ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe