ପତ୍ନୀ ଐଶ୍ବର୍ଯ୍ୟା ବାପଘରକୁ ଯିବା ପରେ ଚୁଟି କାଟିଲେ ତେଜପ୍ରତାପ

Advertisment
ପତ୍ନୀ ଐଶ୍ବର୍ଯ୍ୟା ବାପଘରକୁ ଯିବା ପରେ ଚୁଟି କାଟିଲେ ତେଜପ୍ରତାପ

image source-jagran

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ସେ କେତେବେଳେ କୃଷ୍ଣ ବେଶରେ ତ ଆଉ କେତେବେଳେ ସାଇକେଲ ଚଲାଉ ଥିବାର ଫଟୋ ବେଶ ଭାଇରାଲ ହୋଇଥିଲା । ଏବେ ତାଙ୍କର ନୂଆ ଲୁକ ପାଇଁ ଚର୍ଚ୍ଚାରେ ଅଛନ୍ତି ତେଜ ପ୍ରତାପ ଯାଦବ। ସେ ନିଜ ଭାଣିଜୀଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେଆର୍ କରିଛନ୍ତି। ଏହି ଫଟୋରେ ସେ ଲମ୍ବା ଚୁଟିରେ ଦେଖା ଯାଉନାହାନ୍ତି, ବରଂ ତାଙ୍କର ଛୋଟ ଚୁଟି ଥିବାର ଦେଖିବାକୁ ମିଳିଛି।
ଆଗରୁ ତେଜ ପ୍ରତାପ ପଣ କରିଥିଲେ ଯେ ପତ୍ନୀ ଐଶ୍ବର୍ଯ୍ୟା ଶାଶୁ ଘରେ ଥିବା ଯାଏଁ ନିଜର ଚୁଟି କାଟିବେ ନାହିଁ । ଐଶ୍ବର୍ଯ୍ୟା କିନ୍ତୁ ବାପଘରକୁ ଯିବା ପରେ ତେଜପ୍ରତାପ ଚୁଟି କାଟିଥିବା କୁହାଯାଉଛି। ତେଜ ପ୍ରତାପ ଏବଂ ପତ୍ନୀ ଐଶ୍ବର୍ଯ୍ୟା ଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଛି । ଗତ ମାସରେ ବଡ଼ ବିବାଦ ଉପୁଜିବା ପରେ ଐଶ୍ବର୍ଯ୍ୟା ବାପଘରକୁ ଚାଲିଯାଇଛନ୍ତି।

publive-image image source-jagran

ସୂଚନାଯୋଗ୍ୟ,ଗତ ଡିସେ ମ୍ବର୧୦ ତାରିଖରେ ତେଜ ପ୍ରତାପ ସୋସିଆଲ ମିଡିଆରେ ଯେଉଁ ଫଟୋ ପୋଷ୍ଟ କରିଥିଲେ ସେଥିରେ ତାଙ୍କର ଲମ୍ବା ଚୁଟି ଥିଲା ଏବଂ ରକଷ୍ଟାର ପୋଷାକରେ ସେ ନଜର ଆସିଥିଲେ ।
ଉଲ୍ଲେଖଯୋଗ୍ୟ, ପତ୍ନୀ ଐଶ୍ବର୍ଯ୍ୟାଙ୍କୁ ଛାଡ଼ପତ୍ର ମାମଲାରେ ପରିବାର ଲୋକଙ୍କ ଆଡ଼ୁ ବିରୋଧର ସମ୍ମୁଖୀନ ହେବାପରେ ତେଜ ପ୍ରତାପ ଉଗ୍ର ହୋଇଉଠିଥିଲେ। ସାନ ଭାଇ ତେଜସ୍ବୀ ଯାଦବ ଦଳର ଉତ୍ତରାଧିକାରୀ ଭାବେ ନିଜକୁ ଘୋଷଣା କରିବା ପରେ ଦୁଇ ଭାଇଙ୍କ ମଧ୍ୟରେ କନ୍ଦଳ ଚରମରେ ପହଞ୍ଚିଥିଲା। ଗତ ଲୋକସଭା ନିର୍ବାଚନ ସମୟରେ କର୍ମୀମାନଙ୍କୁ ସହଯୋଗ ନ କରିବାକୁ ତେଜପ୍ରତାପ ଉସୁକାଉଥିବାରୁ ବରିଷ୍ଠ ନେତାମାନେ କ୍ଷୁବ୍ଧ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe