(Photo | Twitter/@Minaljaiswal)
ହାଇଦ୍ରାବାଦ୍: ତେଲେଙ୍ଗାନାର ବିଜେପି ଅଧ୍ୟକ୍ଷ ସାନେ ଉଦୟ ପ୍ରତାପଙ୍କ ୨୩ ବର୍ଷିଆ ପୁଅ ସନେ ହର୍ଷ ଲଣ୍ଡନରେ ନିଖୋଜ ହୋଇ ଯାଇଥିବା ସୂଚନା ରହିଛି। ଲଣ୍ଡନ ପୁଲିସ୍ ଏକ ନିଖୋଜ ରିପୋର୍ଟ ଲେଖି ତଦନ୍ତ ଆରମ୍ଭ କରିଛି। ବିଜେପିର ଏହି ବରିଷ୍ଠ ନେତାଙ୍କ ପୁଅକୁ ଖୋଜିବା ପାଇଁ ସର୍ଚ ଅପରେସନ ଜାରି କରାଯାଇଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୦୧୮ ମସିହାରେ ସନେ ହର୍ଷ ଲଣ୍ଡନରେ ରହି ମ୍ୟାରି ଲ୍ୟାଣ୍ଡ୍ ୟୁନିଭରସିଟିରେ ମାଷ୍ଟର୍ ଡିଗ୍ରି ପାଠ ପଢୁଛନ୍ତି। ଗତ ୩ ଦିନ ଦିନ ହେବ ତାଙ୍କର ତାଙ୍କ ପରିବାର ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ। ଲଣ୍ଡନ ପୁଲିସ୍ ୟୁନିଭରସିଟି କର୍ତ୍ତୃପକ୍ଷ ଓ ହର୍ଷଙ୍କ ପରିବାରରୁ ଅଭିଯୋଗ ପାଇବା ପରେ ନିଖୋଜ ରିପୋର୍ଟ ଲେଖାଇଥିବା ଜାଣିବାକୁ ମିଳିଛି।
ପୁଲିସ୍ ସୂଚନା ଦେଇ କହିଛି ଯେ ହର୍ଷଙ୍କ ସେଲ୍ଫୋନ୍ ଓ ବ୍ୟାଗ୍ ସମୁଦ୍ରକୂଳରୁ ମିଳିଛି। ପୁଲିସ୍ ତାଙ୍କ ସେଲ୍ଫୋନେ୍ରୁ ଏକ ମେସେଜ୍ ଦେଖିବାକୁ ପାଇଛି। ମେସେଜ୍ରେ ଲେଖାଯାଇଛି ଦୟାକରି ମୋ ଜିନିଷପତ୍ର ମୋ ବାପାମାଆଙ୍କୁ ଦେଇ ଦେବେ।
Follow Us