ହାଇଦ୍ରାବାଦ୍: ତେଲେଙ୍ଗାନାରେ ମହିଳା ପଶୁ ଡାକ୍ତରଙ୍କ ସହ କରାଯାଇଥିବା ବର୍ବରତା ଏବେ ଦେଶବାସୀଙ୍କ ହୃଦୟକୁ ଥରାଇ ଦେଇଥିବା ବେଳେ ନ୍ୟାୟ ଦାବି କରି ଦେଶବାସୀ ରାସ୍ତାକୁ ଓହ୍ଲାଇଛନ୍ତି। କିଭଳି ତୁରନ୍ତ ୪ଜଣ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦିଆଯିବ, ସେ ନେଇ ଲୋକେ ଦାବି କରୁଥିବା ବେଳେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
indiatoday.inପରିସ୍ଥିତିର ଗଭୀରତାକୁ ବୁଝିବା ସହ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ପୀଡ଼ିତାଙ୍କ ପରିବାରକୁ ସବୁ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି କି, ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କୁ ଫାଷ୍ଟ ଟ୍ରାକରେ ପଚରାଉଚରା କରିବା ସହ ଯେତେ ଶୀଘ୍ର ସମ୍ଭବ ଦୋଷୀମାନଙ୍କୁ କଡ଼ା ଦଣ୍ଡ ଦିଆଯିବ। ଏହା ସହ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।
Follow Us