indiatoday
ନୂଆଦିଲ୍ଲୀ: ଅକ୍ଟୋବର ୨ରେ କରୋନା ଆକ୍ରାନ୍ତ ହୋଇଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏ ନେଇ ସେ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେବା ପରେ ତାଙ୍କ ସମର୍ଥକ ଏବଂ ପ୍ରଶଂସକଙ୍କମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଟ୍ରମ୍ପ କିଭଳି ସୁସ୍ଥ ହୋଇ ଘରକୁ ଫେରିବେ ସେ ନେଇ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରିବା ଆରମ୍ଭ କରିଥିଲେ। ଏବେ ଟ୍ରମ୍ପ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଭାରତର ଜଣେ ଯୁବକ ଟ୍ରମ୍ପଙ୍କ ପାଇଁ ଉପବାସ କରିଥିବା ଖବର ଏବେ ସାମ୍ନାକୁ ଆସିଛି। କିନ୍ତୁ ଦୁଃଖର କଥା ହେଲା ରାତି ଅନିଦ୍ରା ହେବା ସହ ଖାଦ୍ୟ ନଖାଇବାରୁ ଯୁବକଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ରବିବାର ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।
Free Press Journalଯୁବକଙ୍କ ନାଁ ବୁସା କ୍ରିଷ୍ଣା ରାଜୁ ବୋଲି ଜଣା ପଡ଼ିଥିବା ବେଳେ ସେ ଟ୍ରମ୍ପଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ। ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ଖବର ପାଇ ସେ ଭାଙ୍ଗିପଡ଼ିବା ସହ ତାଙ୍କ ଆରୋଗ୍ୟ କାମନା କରି ଉପବାସ କରିବା ଆରମ୍ଭ କରିଥିଲେ ବୋଲି ରାଜୁଙ୍କ ଜଣେ ବନ୍ଧୁ କହିଛନ୍ତି। ତାଙ୍କ କହିବା ମୁତାବକ, ଗତବର୍ଷ ରାଜୁ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ତିଆରି କରିବା ସହ ପୂଜା କରିବା ଆରମ୍ଭ କରିଥିଲେ। ଅକ୍ଟୋବର ୨ରେ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ନେଇ ଜଣାଇବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିବା ସହ ତାଙ୍କ ପାଇଁ ଉପବାସ କରିଥିଲେ। ଏମିତି କି ରାତି ଅନିଦ୍ରା ହୋଇ ସେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ରବିବାର ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।
Follow Us