ଏନ୍‌କାଉଣ୍ଟର୍‌ରେ ପ୍ରାଣ ହରାଇଥିବା ଅଭିଯୁକ୍ତଙ୍କ ମୃତଦେହକୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଲେ ତେଲେଙ୍ଗାନା ହାଇକୋର୍ଟ

ଜାଣନ୍ତୁ ଭାରତରେ କେବେ ହୋଇଥିଲା ପ୍ରଥମ ଏନକାଉଣ୍ଟର

PrimeTimes.IN

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍ ଏନ୍‌କାଉଣ୍ଟର୍‌ରେ ପ୍ରାଣ ହରାଇଥିବା ୪ ଅଭିଯୁକ୍ତଙ୍କ ମୃତଦେହକୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୨ରେ ହେବ। ଉଲ୍ଲେଖଯୋଗ୍ୟ, ପୁଲିସ ଗୁଳିରେ ମୃତ୍ୟୁ ହେବା ପରେ ଅଭିଯୁକ୍ତଙ୍କ ପରିବାର ସେମାନଙ୍କ ଶବ ନେବା ଲାଗି ମନା କରିଦେଇଥିଲେ। ଏହାପରେ ମାମଲା ହାଇକୋର୍ଟକୁ ଯାଇଥିଲା ଓ ଅଦାଲତ ଡିସେମ୍ବର ୯ ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇଦ୍ରାବାଦର ପଶୁ ଡାକ୍ତରାଣୀ ଦିଶାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରିଥିବା ୪ ଅଭିଯୁକ୍ତ ପୁଲିସ୍‌ ହାତରୁ ଖସି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ସାଇବରାବାଦ୍‌ ପୁଲିସ୍‌ ଦ୍ବାରା ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିଲେ। ସେମାନେ ପୁଲିସ୍‌ ହାତରୁ ବନ୍ଧୁକ ଛଡ଼ାଇ ପୁଲିସ୍‌ ଉପରକୁ ଗୁଳି ଚାଳନା କରିବାରୁ ପୁଲିସ୍‌ ବାଧ୍ୟ ହୋଇ ଏନ୍‌କାଉଣ୍ଟର୍‌ କରିଥିବା ଗଣମାଧ୍ୟମ‌ରେ କହିିଛି।

publive-image Scroll.in

ଏହି ଏନ୍‌କାଉଣ୍ଟର୍‌କୁ ନେଇ ତେଲେଙ୍ଗାନା ସରକାର ସ୍ବତନ୍ତ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ କରି ଖୁବ୍‌ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ମାମଲାର ତଦନ୍ତ କରିବା ପାଇଁ ରଚାକୋଣ୍ଡା ପୁଲିସ୍‌ କମିସନର ମହେଶ ଏମ୍‌ ଭଗୱତଙ୍କ ତତ୍ବାବଧାନରେ ଏକ ୮ ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇଛି। ସୁପ୍ରିମ୍‌କୋର୍ଟଙ୍କ ନିଦ୍ଦେର୍ଶାବଳୀ ମୁତାବକ ଏହି ଘଟଣାର ତଦନ୍ତ କରାଯିବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe