ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କ ମୃତଦେହକୁ ପୁଣି ଥରେ ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦେଲେ ତେଲେଙ୍ଗାନା ହାଇକୋର୍ଟ।

Advertisment
ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାର ତଦନ୍ତ ପାଇଁ, ଏସ୍‌ଆଇଟି ଗଠନ କଲେ ତେଲେଙ୍ଗାନା ସରକାର

dna india

ହାଇଦ୍ରାବାଦ୍: ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କ ମୃତଦେହକୁ ପୁଣି ଥରେ ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଏଥିସହ ସୋମବାର ସଂଧ୍ୟା ୫ଟା ସୁଦ୍ଧା ପୋଷ୍ଟମର୍ଟମ ସାରିବାକୁ କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ଏମସର ନିର୍ଦ୍ଦେଶକଙ୍କୁ ଏଥିଲାଗି ଏକ ୩ ଜଣିଆ ବିଶେଷଜ୍ଞ ଟିମ୍ ଗଠନ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି ହାଇକୋର୍ଟ। ପୋଷ୍ଟମର୍ଟମ ପରେ ‌୪ ଅଭିଯୁକ୍ତଙ୍କର ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତଙ୍କ ମୃତଦେହ ଖୁବଶୀଘ୍ର ମେହେବୁବ ନଗର ହସ୍ପିଟାଲରୁ ହାଇଦ୍ରାବାଦସ୍ଥିତ ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନନ୍ତରିତ କରାଯିବ।

publive-image Gulf News

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କ ଏନକାଉଣ୍ଟର କରାଯାଇଥିବା ବେଳେ ହାଇକୋର୍ଟଙ୍କ ନିଷ୍ପତ୍ତି କ୍ରମେ ୪ ଅଭିଯୁକ୍ତଙ୍କ ମୃତଦେହକୁ ହସ୍ପିଟାଲରେ ସଂରକ୍ଷିତ ରଖାଯାଇଥିଲା। ଇତିମଧ୍ୟରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସାତଜଣିଆ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି, ଯେଉଁଠି ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା ।ଏପରିକି ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ଠାରୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଏବଂ ପରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଘଟଣା ବାବଦରେ ତଥ୍ୟ ସଂଗ୍ରହ କରିଛନ୍ତି। ଏହାବାଦ ଶବଗୃହରେ ପୋଷ୍ଟମର୍ଟମ ହୋଇ ରହିଥିବା ମୃତଦେହକୁ ମଧ୍ୟ ନୀରିକ୍ଷଣ କରିବା ସହ ଏହାର ଭିଡିଓଗ୍ରାଫି କରାଯାଇଛି । ସଂପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ଏନକାଉଣ୍ଟରର ଯାଞ୍ଚ ଆବଶ୍ୟକ ବୋଲି ମାନବାଧିକାର କମିଶନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe