Healix
ହାଇଦ୍ରାବାଦ: ଶନିବାର ଠାରୁ ପବିତ୍ର ରମଜାନ ମାସ ଆରମ୍ଭ ହେବା ସହିତ ତେଲେଙ୍ଗାନା ସରକାର ଶହ ଶହ ମୁସଲମାନ କୋଭିଡ-୧୯ ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଯେଉଁମାନେ ଡାକ୍ତରଖାନାରେ କୋଭିଡ-୧୯ ପାଇଁ ଚିକିତ୍ସିତ ହେବା ସହ ରମଜାନ ପାଇଁ ଦିନସାରା ଉପବାସ ପାଳନ କରିବାକୁ ଆଗ୍ରହୀ ଅଛନ୍ତି, ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏ ନେଇ କୋଭିଡ-୧୯ରେ ଶିକାର ହୋଇ ଚିକିତ୍ସିତ ହେଉଥିବା ମୁସଲମାନ ସମ୍ପ୍ରଦାୟଙ୍କୁ ସେହରୀ (ସକାଳର ଭୋଜନ) ଏବଂ ଇଫତାର (ସନ୍ଧ୍ୟା ଭୋଜନ)ରେ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଗାନ୍ଧୀ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିକିତ୍ସା ସମୟରେ ସେମାନେ ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି |
ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତୁତ ପରୀକ୍ଷାମୂଳକ ମେନୁ ଅନୁଯାୟୀ, ଉପବାସ କରୁଥିବା ମୁସଲମାନମାନେ ସେହରୀ ପାଇଁ ରୋଟି, ସାଧା ଭାତ, ଡାଲି ଏବଂ ପନିପରିବା ତରକାରୀ ପାଇବେ, ଯାହା ସକାଳ ପ୍ରାୟ ୩.୩୦ ସମୟରେ ପରିବେଷଣ କରାଯିବ। ଅନ୍ୟ ଦିନ ମାନଙ୍କରେ ସେମାନେ ସେହରୀ ପାଇଁ ରୋଟି, ସାଧା ଭାତ ଏବଂ ପନିପରିବା ତରକାରୀ ସହିତ ମଟନ୍ କିମ୍ବା ଚିକେନ୍ ତରକାରୀ ପାଇବେ | ଇଫତାର ପ୍ରାର୍ଥନା ପରେ ମୁସଲମାନ ରୋଗୀଙ୍କୁ ଟମାଟୋ ଚଟନି ଏବଂ ଚିକେନ୍ ଫ୍ରାଏ ସହିତ ଖିଚଡି କିମ୍ବା ସ୍ବାଦଯୁକ୍ତ ତେଲ ଭାତ(ବାଗାର ଚାଉଳ) କିମ୍ବା ପନିପରିବା ବିରିୟାନି ପରିବେଷଣ କରାଯିବ | ଅନ୍ୟ ଦିନ ମାନଙ୍କରେ, ସେମାନଙ୍କୁ ଚିକେନ୍ ବିରିୟାନି, ସାଧା ଭାତ, ପନିପରିବା ତରକାରୀ, ଡାଲି ଏବଂ ଅଣ୍ଡା ପରିବେଷଣ କରାଯିବ |
Birmingham Liveଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି ଯେ, ଉପବାସରେ ଥିବା ମୁସଲମାନ ରୋଗୀମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ତଥା କୋଭିଡ -୧୯ ରୋଗ ସହ ଲଢ଼ିବା ପାଇଁ ଆବଶ୍ୟକ ଶକ୍ତି ଯୋଗାଇବା ପାଇଁ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ପାଇବାକୁ ଏଭଳି ମେନୁ ପ୍ରସ୍ତୁତ କରାଯାଇଛି। ଅନ୍ୟ କୋଭିଡ୍-୧୯ ରୋଗୀଙ୍କ ପାଇଁ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଏକ ସୁସ୍ଥ ଡାଏଟ୍ ଚାର୍ଟ ଅନୁସରଣ କରୁଛନ୍ତି। ନିୟମିତ ଜଳଖିଆରେ ଏକ ପ୍ଲେଟ ଇଡଲି, ରୁଟି ଏବଂ ଜାମ ଦିଆଯାଉଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ସାମ୍ବର, ଡାଲି ଏବଂ ଦହି ଦିଆଯାଇଥାଏ | ଆମିଷ ଖାଉଥିବା ରୋଗୀଙ୍କୁ ଅଣ୍ଡା ଏବଂ ଚିକେନ୍ ତରକାରୀ ଖାଇବାକୁ ଦିଆଯାଇଥାଏ |
ସ୍ୱାସ୍ଥ୍ୟମନ୍ତ୍ରୀ ଏଟାଲା ରଜେନ୍ଦର କହିଛନ୍ତି ଯେ, ରୋଗୀମାନଙ୍କୁ ପରିଷ୍କାର ଏବଂ ସତେଜ ପ୍ୟାକେଟରେ ସୁସଜ୍ଜିତ ଖାଦ୍ୟ ଯୋଗାଇ ଦିଆଯାଉଛି। ଆମେ ମାଗଣା ୱାଇଫାଇ ମଧ୍ୟ ପ୍ରଦାନ କରୁଛୁ ଏବଂ ଆମର ରୋଗୀଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଅନୁମତି ଦେଇଛୁ, ଯାହା ଦ୍ୱାରା ସେମାନେ ସେମାନଙ୍କ ପରିବାର ସହ ଯୋଗାଯୋଗ କରିପାରିବେ।
Follow Us