www.indiatoday.in
ହାଇଦ୍ରାବାଦ୍: କରୋନା ବୃଦ୍ଧିକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବାର ଦିନକ ପରେ ରାଜ୍ୟରେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି ତେଲେଙ୍ଗାନା ସରକାର। କରୋନାର ଦ୍ବିତୀୟ ଲହର ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ କଟକଣା ଜାରି କରିବା ଏକମାତ୍ର ଉପାୟ ପାଲଟିଛି। ମଙ୍ଗଳବାର ତେଲେଙ୍ଗାନାରେ ୫,୯୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି।
ପ୍ରଧାନ ବିଚାରପତି ହିମା କୋହଲିଙ୍କ ନେତୃତ୍ୱରେ ତେଲେଙ୍ଗାନା ହାଇକୋର୍ଟ ସୋମବାର ଦିନ କୋଭିଡ -୧୯ ସଙ୍କଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କରୋନାକୁ ଆୟତ୍ତକୁ ଆଣିବା ପାଇଁ ରାଜ୍ୟରେ ତୁରନ୍ତ ରାତ୍ରକାଳୀନ କର୍ଫ୍ୟୁ କିମ୍ବା ସପ୍ତାହନ୍ତ ଲକ୍ଡାଉନ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଦଲତ ଆହୁରି ବି ଚେତାବନୀ ଦେଇ କହିଥିଲେ ଯେ ଯଦି ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ କୋର୍ଟ ନିର୍ଦ୍ଦେଶ ଜାରି କରିବେ।
ଏହାପରେ ସରକାର ରାତ୍ରିକାଳୀନ କର୍ଫ୍ୟୁ ନିୟମ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଆଜିଠାରୁ ଆରମ୍ଭ ହୋଇ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ।
Follow Us