ଲୋକଙ୍କୁ ଆକର୍ଷିତ କରିବା ପାଇଁ ୧୦ଟଙ୍କାରେ ଶାଢ଼ି ଦେବାର ବିଜ୍ଞାପନ ରଖିଲା ହାଇଦ୍ରାବାଦ୍‌ରେ ଥିବା ସିଏମ୍‌ଆର ସପିଂ ମଲ୍‌, କିନ୍ତୁ ହେଲା ଏଭଳି ଅବସ୍ଥା

Advertisment
ଲୋକଙ୍କୁ ଆକର୍ଷିତ କରିବା ପାଇଁ ୧୦ଟଙ୍କାରେ ଶାଢ଼ି ଦେବାର ବିଜ୍ଞାପନ ରଖିଲା ହାଇଦ୍ରାବାଦ୍‌ରେ ଥିବା ସିଏମ୍‌ଆର ସପିଂ ମଲ୍‌, କିନ୍ତୁ ହେଲା ଏଭଳି ଅବସ୍ଥା

Dainik Bhaskar

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ଥିବା ସିଏମ୍‌ଆର ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଯେଉଁ ଅଫର ରଖିଥିଲା, ତାହା ପରବର୍ତ୍ତୀ ମୂହୁର୍ତ୍ତରେ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଥିଲା । ମାତ୍ର ୧୦ ଟଙ୍କାରେ ଶାଢ଼ି ମିଳୁଥିବାର ଖବର ପାଇ ଏକାଧିକ ଲୋକ ଶାଢ଼ି କିଣିବାକୁ ପହଞ୍ଚିଥିଲେ । କିନ୍ତୁ କମ୍‌ ଦାମ୍‌ ନିଶାରେ ଲୋକମାନେ ନିଜକୁ କ୍ଷତି ପହଞ୍ଚାଇ ଦେଇଥିଲେ । ସପିଂ ମଲ୍‌ରେ କମ ସ୍ଥାନ ଥିବା ସହ ଅଧିକ ଲୋକ ହୋଇ ଯିବାରୁ କିଛି ଲୋକ ଦଳା ଚକଟାରେ ଆହତ ହୋଇଥିବା ସୂଚନା ମିଳିଛି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

publive-image Clipper28

ସୂଚନା ମୁତାବକ, ହାଇଦ୍ରାବାଦ୍‌ର ସିଦ୍ଧିପେଟ୍‌ରେ ଥିବା ସିଏମ୍‌ଆର୍‌ ସପିଂ ମଲ୍‌ ୧୦ଟଙ୍କାରେ ଶାଢ଼ି ଦେବାର ପ୍ରତିଶ୍ରୁତି ଦେଇଥିଲା । ଯହା ପରେ ମଲ୍‌କୁ ଲୋକମାନଙ୍କ ଭିଡ଼ ଜମିଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସଠିକ୍‌ ବ୍ୟବସ୍ଥା ହୋଇ ନଥିବାରୁ କିଛି ଲୋକ ଭିଡ଼ ଭିତରେ ଆହତ ହୋଇଥିବାର ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe