ନୂଆଦିଲ୍ଲୀ: ସାପ ସହ ଖେଳିବା ପଡିଲା ମହଙ୍ଗା | ଚାଲିଗଲା ୨୦ବର୍ଷୀୟ ଯୁବକଙ୍କ ଜୀବନ | ଏହି ଘଟଣା ତେଲେଙ୍ଗାନାର କାମାରେଡି ଜିଲ୍ଲାରେ ଘଟିଛି ଏବଂ ବ୍ୟକ୍ତି ଜଣକ ଶିବରାଜ ବୋଲି ସାମ୍ନାକୁ ଆସିଛି | ସୂଚନା ମିଳିଛି ଯେ, ଶିବରାଜ କୋବ୍ରାର ମୁଣ୍ଡକୁ ନିଜ ପାଟିରେ ଭର୍ତ୍ତି କରି ଭିଡିଓ କରୁଥିଲେ | ଭିଡିଓ ସୁଟ କରିବା ସମୟରେ କୋବ୍ରା ତାଙ୍କୁ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି |
କୁହାଯାଉଛି ଯେ, ଉଭୟ ଶିବରାଜ ଓ ତାଙ୍କ ବାପା ସାପ ଉଦ୍ଧାର କରି ଜଙ୍ଗଲରେ ଛାଡିବା କାମ କରନ୍ତି | ଘଟଣା ଦିନ କୋବ୍ରାକୁ ଉଦ୍ଧାର କରିବା ପରେ ଶିବରାଜଙ୍କ ବାପା ତାଙ୍କୁ ଏକ ଭିଡିଓ ରେକର୍ଡ କରିବାକୁ କହିଥିଲେ | ଏହା ଶୁଣି ଶିବରାଜ ପାଟିରେ କୋବ୍ରାର ମୁଣ୍ଡକୁ କାମୁଡି ଭିଡିଓ କରିଥିଲେ, ଯେଉଁ ଭିଡିଓ ଏବେ ଭାଇରାଲ ହେଉଛି | ଏହି ଭିଡିଓ ରେକର୍ଡ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ଭିଡିଓ ଭାଇରାଲ ହେବା ପରେ ଲୋକେ ମୃତ ଯୁବକ ଓ ତାଙ୍କ ବାପାଙ୍କୁ ଟ୍ରୋଲ କରୁଛନ୍ତି |
Follow Us