Image Source: India Today
ହାଇଦ୍ରାବାଦ: କୁକୁଡ଼ା ମାଂସ ଓ ଅଣ୍ଡା ଯୋଗୁଁ କରୋନାଭାଇରସ୍ ବ୍ୟାପୁଛି ବୋଲି ଉଠିଥିବା ଗୁଜବ ରୋକିବାକୁ ଶୁକ୍ରବାର ଦିନ ହାଇଦ୍ରାବାଦର ଏକ ମେଳାରେ ତେଲେଙ୍ଗାନାର ଅନ୍ୟୂନ ତିନିଜଣ ମନ୍ତ୍ରୀ ଲୋକମାନଙ୍କ ସହ ମିଶି ‘ଚିକେନ୍’ ଖାଇଛନ୍ତି।
ସାମାଜିକ ଗଣମାଧ୍ୟମରେ ଏଭଳି ମିଥ୍ୟା ଖବର ପ୍ରସାରଣ ଯୋଗୁଁ ତେଲେଙ୍ଗାନାରେ କୁକୁଡ଼ା ଓ ଅଣ୍ଡା ବ୍ୟବସାୟ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଏଥିଲାଗି ହାଇଦ୍ରାବାଦର କେନ୍ଦ୍ରସ୍ଥଳ ନେକ୍ଲେସ୍ ରୋଡ୍ସ୍ଥିତ ‘ପିପଲ୍ସ୍ ପ୍ଲାଜା’ରେ ‘ଚିକେନ୍ ଆଣ୍ଡ୍ ଏଗ୍ ମେଳା’ ଆୟୋଜିତ ହୋଇଥିଲା। ମେଳାର ଆୟୋଜକମାନେ ଶହ ଶହ ଲୋକଙ୍କୁ ମାଗଣାରେ କୁକୁଡ଼ା ମାଂସ ଓ ଅଣ୍ଡାରେ ପ୍ରସ୍ତୁତ ବ୍ୟଞ୍ଜନ ଖୁଆଇଥିଲେ।
ଏଥିରେ ଯୋଗ ଦେଇଥିଲେ ତେଲେଙ୍ଗାନାର ଶିଳ୍ପ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପୌର ପ୍ରଶାସନ ମନ୍ତ୍ରୀ କେ. ଟି. ରାମାରାଓ, ସ୍ୱାସ୍ଥ୍ୟମନ୍ତ୍ରୀ ଇ. ରାଜେନ୍ଦର, ଅବକାରୀ ମନ୍ତ୍ରୀ ଶ୍ରୀନିବାସ ଗୌଡ଼ ଏବଂ ସାଂସଦ ରଞ୍ଜିତ ରେଡ୍ଡୀ। କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ମଞ୍ଚ ଉପରେ ଏମାନଙ୍କୁ କୁକୁଡ଼ା ଗୋଡ଼ ଓ ଅଣ୍ଡା ବ୍ୟଞ୍ଜନ ପରଷା ଯାଇଥିଲା। କୁକୁଡ଼ା ମାଂସ ଓ ଅଣ୍ଡା ସ୍ୱାସ୍ଥ୍ୟ ପ୍ରତି ନିରାପଦ ବୋଲି ଲୋକମାନଙ୍କୁ ବାର୍ତ୍ତା ଦେବାକୁ ସେମାନେ ମଞ୍ଚ ଉପରେ ଏହା ଖାଇଥିଲେ।
Image Source: Great Andhraମନ୍ତ୍ରୀ କେ. ଟି. ରାମା ରାଓ କହିଲେ ଯେ କେରାନାଭାଇରସ୍ ସହ କୁକୁଡ଼ା ମାଂସର କିଛି ସମ୍ପର୍କ ନାହିଁ। ଆମେ ସବୁଦିନ କୁକୁଡ଼ା ମାଂସ ଓ ଅଣ୍ଡା ଖାଉଛୁ।
‘ଜାତୀୟ ଅଣ୍ଡା ସମନ୍ଵୟ କମିଟି’, ‘ତେଲେଙ୍ଗାନା କୁକ୍କୁଟ ପାଳକ ସଂଘ’ ଏବଂ ‘ତେଲେଙ୍ଗାନା କୁକ୍କୁଟ ସଂଘ’ ଏହି ମେଳା ଆୟୋଜନ କରିଥିଲେ। ମିଥ୍ୟା ଖବର ପ୍ରସାରଣ ଯୋଗୁଁ ତେଲେଙ୍ଗାନାରେ କୁକୁଡ଼ା ମାଂସ ବ୍ୟବହାର ୩୦% ହ୍ରାସ ପାଇଯାଇଛି।
Follow Us