୧.୧୨କୋଟି ଟଙ୍କା ଲାଞ୍ଚ ମାଗୁଥିବାର ଅଡିଓ ସାମ୍ନାକୁ ଆସିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଚଢ଼ଉ କଲା ଦୁର୍ନୀତି ନିବାରଣ ବ୍ୟୁରୋ

Advertisment
୧.୧୨କୋଟି ଟଙ୍କା ଲାଞ୍ଚ ମାଗୁଥିବାର ଅଡିଓ ସାମ୍ନାକୁ ଆସିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଚଢ଼ଉ କଲା ଦୁର୍ନୀତି ନିବାରଣ ବ୍ୟୁରୋ

ndtv

ହାଇଦ୍ରାବାଦ: ଲାଞ୍ଚ ମାଗିଥିବାର ଏକ ଅଡିଓ ଭାଇରାଲ ହେବା ପରେ ତେଲେଙ୍ଗାନାର ଅତିରିକ୍ତ ଜିଲ୍ଲାପାଳଙ୍କ ବାସଭବନରେ ଚଢ଼ଉ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି)। ତହସିଲଦାରରୁ ଜିଲ୍ଲାପାଳ ବନିଥିବା ଗଡ୍ଡାମ ନାଗେଶଙ୍କ ଘରେ ଆଜି ଏସିବି ଚଢ଼ଉ କରିଥିବା ଜଣା ପଡ଼ିଛି। ଏସିବି ହାତରେ ଲାଗିଥିବା ଅଡିଓରେ ଗଡ୍ଡାମ ନାଗେଶ ଜମି ପାଇଁ ୧.୧୨କୋଟି ନଗଦ ଟଙ୍କା ମାଗିଥିବାର ଜଣା ଯାଇଛି।

ମିଳିଥିବା ସୂଚନା ମୁତାବକ, ମେଡକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଗଡ୍ଡାମ ନାଗେଶ ୧୧୨ଏକର ଜମି ପାଇଁ କୌଣସି ଆପତ୍ତି ନଥିବା(ଏନଓସି) ପ୍ରମାଣପତ୍ର ଦେବା ପାଇଁ ଏକର ପିଛା ୧ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଜଣାଯାଇଛି। ଖବର ଅନୁଯାୟୀ, ପ୍ରମାଣପତ୍ର ଦେବା ପାଇଁ ଜିଲ୍ଲାପାଳ ନଗଦ ଟଙ୍କା କିମ୍ବା ସେହି ଟଙ୍କାର ଜମି ଦେବା ପାଇଁ କହିଥିଲେ। ତେବେ ଏସିବି ଟିମ୍ ଏପର୍ଯ୍ୟନ୍ତ କୌଣସି ନଗଦ ଟଙ୍କା କିମ୍ବା କାଗଜପତ୍ର ଜବତ କରିପାରି ନାହିଁ ଏବଂ ସାଙ୍ଗାରେଡ୍ଡୀ ଦୁର୍ନୀତି ନିବାରଣ ବ୍ୟୁରୋର ଡେପୁଟି ସୁପରିଟେଣ୍ଡେଣ୍ଟ ସୁର୍ଯ୍ୟନାରାୟଣଙ୍କ ଦ୍ବାରା ଆରମ୍ଭ ହୋଇଥିବା ଚଢ଼ଉ ଜାରି ରହିଛି।

Solar panel scam: VS demands Chandy resignation - Indian Express Indian Express

ଏସିବି ସାରା ରାଜ୍ୟରେ ଏବେ ଚଢ଼ଉ ଜାରି ରଖିଛି। ଏହା ସହ ତେଲେଙ୍ଗାନା ସରକାରଙ୍କ ନୂତନ ରାଜସ୍ୱ ଆଇନ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ଜମି ପଞ୍ଜିକରଣ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜସ୍ୱ ଅଧିକାରୀଙ୍କ ମଧ୍ୟରେ ଦୁର୍ନୀତି ଯାଞ୍ଚ ପାଇଁ ପରିବର୍ତ୍ତନ ପ୍ରସ୍ତାବ ଦେଇଥିବା ଏହି ବିଲ୍ କୁ କ୍ୟାବିନେଟ୍ ଅନୁମୋଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe