ସପ୍ତାହେ ହେଲାଣି ସୁଡଙ୍ଗ ଭିତରେ ଜୀବନ: ଖିଆପିଆ ଭୁଲିଗଲେଣି ଫସିଥିବା ଶ୍ରମିକଙ୍କ ପରିବାର

sudanga

Photograph: (SAMBAD.IN)

ହାଇଦ୍ରାବାଦ: ଶ୍ରୀସେଲମ ସୁଡ଼ଙ୍ଗ ଭିତରେ ସୁରକ୍ଷିତ ତ ଶ୍ରମିକଙ୍କ ଜୀବନ ? ୭ ଦିନ ହେଇଗଲା ଏଯାଏଁ ଉଦ୍ଧାର ହେଇପାରିଲେନି ଫସିଥିବା ୮ ଶ୍ରମିକ । ସୁଡଙ୍ଗ ଭିତରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ବହୁ ଉଦ୍ୟମ କରାଯାଉଥିବା ବେଳେ ଏହାରି ଭିତରେ ବିତିଗଲାଣି ସପ୍ତାହେ ହେଲେ ସୁଡଙ୍ଗ ଭିତରୁ ଆସୁନି କିଛି ବି ଖୁସି ଖବର । ନା ଉଦ୍ଧାର କରାଯାଉଛି ନା ଶ୍ରମିକ ବଞ୍ଚିଥିବା ନେଇ କୌଣସି ସୂଚନା ମିଳୁଛି ତେଣୁ ଶ୍ରମିକଙ୍କ ଜୀବନ ନେଇ ଉଠୁଛି ଅନେକ ପ୍ରଶ୍ନ । ସାତ ଦିନ ହେଇଗଲାଣି ସୁଡଙ୍ଗ ଭିତରେ ବଞ୍ଚିଛନ୍ତି ତ ୮ ଶ୍ରମିକ ? ଅଖିଆ ଅପିଆ ସାତ ଦିନ କେମିତି ରହିଛନ୍ତି ସୁଡଙ୍ଗ ଭିତରେ ? 

ତେଲେଙ୍ଗାନା ଟନେଲ ଟ୍ରାଜେଡି ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଜୀବନ ସହ ସଂଗ୍ରାମ କରୁଥିବା ୮ ଶ୍ରମିକଙ୍କ ଜୀବନକୁ ନେଇ ଭୟରେ ଅଛନ୍ତି ପରିବାର ଲୋକେ । କାହାର ପୁଅ, କାହାର ସ୍ବାମୀ, କାହାର ବାପା ଆଉ କାହାର ଭାଇ ସୁଡଙ୍ଗ ଭିତରେ ଫସିଛନ୍ତି । ଏପଟେ କର୍ତ୍ତୃପକ୍ଷଙ୍କ ପାଖରୁ କୌଣସି ସନ୍ତୋଷଜନକ ଖବର ମିଳୁନଥିବା ସୁଡଙ୍ଗ ଭିତରେ ଫସି ଥିବା ଜଣେ ଶ୍ରମିକଙ୍କ ସମ୍ପର୍କୀୟ କହିଛନ୍ତି । ସୁଡଙ୍ଗ ଭିତରେ କଣ ଚାଲିଛି କିଛି ଜଣା ପଡୁନି କି ଆମକୁ ତାଭିତରକୁ ଯିବାକୁ ଦିଆଯାଉନି । ଫସିଥିବା ପିଲା ପାଇଁ ଗାଁରେ ଆମର କାନ୍ଦବୋବାଳି ପରିସ୍ଥିରି । ୭ ଦିନ ହେଇଯିବ କେହି ଖିଆପିଆ କରୁ ନାହାନ୍ତି । କାହାରି ମନ ଭଲନାହିଁ । 

ତେବେ ଗତ ୨୨ ତାରିଖ ସକାଳୁ ସକାଳୁ ଭୁଶୁଡିପଡିଥିଲା ତେଲେଙ୍ଗାନା ନଗର କୁର୍ଣ୍ଣୁଲ ଜିଲ୍ଲାର ନିର୍ମାଣଧୀନ ଶ୍ରୀସେଲମ ଟନେଲ । ଏହାରି ଭିତରେ ୭ ଦିନ ବିତିଗଲାଣି । ଏହି ଉଦ୍ଧାର କାମରେ ସେହିମାନେ ସାମିଲ ଅଛନ୍ତି । ଯେଉଁମାନେ ୨୦୨୩ ଉତ୍ତରାଖଣ୍ଡରେ ଘଟିଥିବା ସୁଡଙ୍ଗ ଅଘଟଣରେ ୪୩ରୁ ଅଧିକ ଶ୍ରମିକଙ୍କ ଉଦ୍ଧାର କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe