ଟେଲିଗ୍ରାମ ସିଇଓ ଗିରଫ: ଆପ୍ ଯୋଗୁ ହରଡ଼ଘଣାରେ

Advertisment

ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କୁ ଗିରଫ କରାଯାଇଛି। ଗିରଫ ହେବାର କାରଣ ମଧ୍ୟ ପ୍ରକାଶ ପାଇଛି। ତାଙ୍କୁ ଗିରଫ କରାଯାଇ ପୋଲିସ ଷ୍ଟେସନକୁ ନିଆଯାଇଛି। ତାଙ୍କ ଗିରଫଦାରୀରେ ରୁଷିଆର ବ୍ଲଗର୍ସମାନେ କ୍ରୋଧ ପ୍ରକାଶ କରିଛନ୍ତି।

Updated On

ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କୁ ଗିରଫ କରାଯାଇଛି। ଗିରଫ ହେବାର କାରଣ ମଧ୍ୟ ପ୍ରକାଶ ପାଇଛି। ତାଙ୍କୁ ଗିରଫ କରାଯାଇ ପୋଲିସ ଷ୍ଟେସନକୁ ନିଆଯାଇଛି। ତାଙ୍କ ଗିରଫଦାରୀରେ ରୁଷିଆର ବ୍ଲଗର୍ସମାନେ କ୍ରୋଧ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Pavel Durov

ପ୍ୟାରିସ୍: ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି। ତାଙ୍କୁ ଫ୍ରାନ୍ସର ରାଜଧାନୀ ପ୍ୟାରିସର ବୋର୍ଜେଟ୍ ବିମାନବନ୍ଦରରୁ ପୋଲିସ ଧରିଥିଲା। ପୋଲିସ ତାଙ୍କୁ ଗିରଫ କଲାବେଳେ ଆଜେରବାଇଜାନର ବାକୁ ବିମାନ ବନ୍ଦରରେ ସେ ତାଙ୍କ ବ୍ୟକ୍ତିଗତ ଜେଟରେ ଅବତରଣ କରିଥିଲେ। ଏକ ମାମଲାରେ ତାଙ୍କୁ ରବିବାର କୋର୍ଟରେ ହାଜର କରାଯିବ।  

ଟେଲିଗ୍ରାମ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ଏହି ଘଟଣାକୁ ନିଶ୍ଚିତ କରି ଫ୍ରାନ୍ସ ପୁଲିସ୍ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଗିରଫ କରାଯାଇ ପୁଲିସ୍ ଷ୍ଟେସନକୁ ନିଆଯାଇଛି। ଏହି ଗିରଫ ଦ୍ୱାରା ରୁଷିଆର ବ୍ଲଗର୍ସମାନେ କ୍ରୋଧ ପ୍ରକାଶ କରିଛନ୍ତି। ରବିବାର ଅପରାହ୍ନରେ ସେମାନେ ଫ୍ରାନ୍ସର ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି।

୩୯ ବର୍ଷ ବୟସ୍କ ଡୁରୋଭ ରୁଷିଆରେ ଜନ୍ମଗ୍ରହଣ କରିଥିଲେ । ସେ ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ତଥା ମାଲିକ ଅଟନ୍ତି। ଟେଲିଗ୍ରାମ ହେଉଛି ଏକ ମାଗଣା ସୋସିଆଲ୍ ନେଟୱାର୍କିଂ ଆପ୍, ଯାହାକୁ ବିଶ୍ବର କୋଟି କୋଟି ଲୋକ ବ୍ୟବହାର କରନ୍ତି। ଫେସବୁକ୍, ୟୁଟ୍ୟୁବ୍, ହ୍ବାଟସ୍ ଆପ୍, ଇନଷ୍ଟାଗ୍ରାମ, ଟିକଟକ୍, ୱିଚାଟ୍ ସତ୍ତ୍ବେ ଟେଲିଗ୍ରାମକୁ ବହୁ ମାନ୍ୟତା ମିଳିଛି। 

ଅଧିକ ପଢ଼ନ୍ତୁ:https://sambad.in/india-and-beyond/after-bangladesh-civil-war-situation-in-this-neighboring-muslim-country-6922849

ଏହି ଆପ୍‌ରେ ବର୍ତ୍ତମାନ ୯୦୦ ମିଲିୟନ୍ ଆକ୍ଟିଭ୍ ୟୁଜର୍ସ ଅଛନ୍ତି। କମ୍ପାନୀର ଲକ୍ଷ୍ୟ ହେଉଛି ୨୦୨୪-୨୫ ବର୍ଷରେ ଏକ ବିଲିୟନ ଆପ୍ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚିବା। ଦୁବାଇରେ ଟେଲିଗ୍ରାମର ମୁଖ୍ୟ କାର୍ଯ୍ୟାଳୟ ଅଛି। ୨୦୧୪ରେ ଡୁରୋଭ ରୁଷିଆ ଛାଡି ଦୁବାଇରେ ରହିବାକୁ ଆସିଥିଲେ। ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଡୁରୋଭଙ୍କର ମୋଟ ସମ୍ପତ୍ତି ପରିମାଣ ୧୫.୫ ବିଲିୟନ ଡ଼ଲାର୍ ଅଛି।

ଅଧିକ ପଢ଼ନ୍ତୁ:https://sambad.in/india-and-beyond/there-will-be-a-big-flood-by-lake-in-arunachal-pradesh-6922549

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe