ଅଳ୍ପକେ ବର୍ତ୍ତିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

Advertisment
ଅଳ୍ପକେ ବର୍ତ୍ତିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ଏକ ହେଲିକପ୍‌ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାଓ ଆଜି ଅଦିଲାବାଦ୍‌ ଗସ୍ତରେ ବାହାରିଥିବାବେଳେ ତାଙ୍କ ହେଲିକପ୍‌ଟରରେ ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଥିଲା। ବିମାନଟି ଉଡ଼ାଣ କରିବାର ମାତ୍ର ଗୋଟିଏ ମିନିଟ୍‌ ପୂର୍ବରୁ ବିମାନରେ ଥିବା ଏକ ବ୍ୟାଗ୍‌ରୁ ଧୂଆଁ ବାହାରୁଥିବାର ଦେଖିଥିଲେ ସୁରକ୍ଷାକର୍ମୀ। ଭିଏଚଏଫ ଓ୍ଵାୟାରଲେସ୍‌ ସେଟ୍‌ ଥିବା ଉକ୍ତ ବ୍ୟାଗ୍‌ଟିରୁ ଧୁଅାଁ ବାହାରୁଥିବା ଜଣାପଡ଼ିବା ମାତ୍ରେ ବିମାନରେ ଥିବା ସୁରକ୍ଷାକର୍ମୀ ଏହାକୁ ତତ୍‌୍‌କ୍ଷଣାତ ବାହାରକୁ ଫୋପାଡ଼ି ଦେଇଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ମିଳିଥିଲା। ତେବେ ଓ୍ଵାୟାର୍‌ଲେସ୍‌ ସେଟ୍‌ରେ ସର୍ଟସର୍କିଟ୍‌ ହେତୁ ଏଥିରୁ ଧୂଆଁ ବାହାରୁଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe