ଲକ୍‌ଡାଉନ୍‌କୁ ତୁରନ୍ତ ନଉଠାଇ ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କଲେନି କେସିଆର୍‌: ‌ତେଲେଙ୍ଗାନା ବିଜେପି ମୁଖ୍ୟଙ୍କ କଡ଼ା ସମାଲୋଚନା

India Today

ନୂଆଦିଲ୍ଲୀ: ସଂପ୍ରତି ଦେଶରେ କରୋନା ଭାଇରସ୍‌ ବା କୋଭିଡ୍‌- ୧୯ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲାଗୁଥିବା ୨୧ ଦିନିଆ ‘ଲକ୍‌ଡାଉନ’ର ଅବଧି ଆସନ୍ତା ୧୪ ତାରିଖ ମଧ୍ୟରାତ୍ରରେ ଶେଷ ହେଉଛି। ତେବେ, ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ ନ ଉଠାଇ ଏହାର ଅବଧିକୁ ଆହୁରି ବଢ଼ାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ କରିଥିବା ଏକ ଟୁଇଟରେ ଏହି ପରାମର୍ଶ ଦେବା ସହ ବୋଷ୍ଟନର ଏକ କନସଲଟିଂ ଗ୍ରୁପ୍‌ ଲକ୍‌ଡାଉନ୍‌କୁ ଜୁନ୍‌ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ପରାମର୍ଶ ଦେଇଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଗତ ଶନିବାର ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ କରି ଲକ୍‌ଡାଉନ୍‌ ଉଠାଇବା ନେଇ ପରାମର୍ଶ ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe