ଗର୍ଭବତୀ ମହିଳାମାନେ 'ସୁନ୍ଦରାକାଣ୍ଡ' ପଢିବା ଉଚିତ: ତେଲେଙ୍ଗାନା ରାଜ୍ୟପାଳ

Advertisment
ଗର୍ଭବତୀ ମହିଳାମାନେ 'ସୁନ୍ଦରାକାଣ୍ଡ' ପଢିବା ଉଚିତ: ତେଲେଙ୍ଗାନା ରାଜ୍ୟପାଳ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ ରବିବାର କହିଛନ୍ତି ଯେ ଗର୍ଭବତୀ ମହିଳାମାନେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଛୁଆ ଜନ୍ମ କରିବା ପାଇଁ ସୁନ୍ଦରାକାଣ୍ଡ ଓ ରାମାୟଣ ପାଠ କରିବା ଉଚିତ୍ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସହ ଜଡିତ ଏକ ସଂଗଠନର 'ଗର୍ଭ ସଂସ୍କାର' କାର୍ଯ୍ୟକ୍ରମର ଉଦଘାଟନ କରି ସୁନ୍ଦରରାଜନ ଏହି ମନ୍ତବ୍ୟ ଦେଇଛନ୍ତି। ଉଲ୍ଲେଖ ଥାଉ କି ରାଜ୍ୟପାଳ ହେବା ପୂର୍ବରୁ ସେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଥିଲେ । ସଂଗଠନ ସମ୍ବର୍ଦ୍ଧିନୀ ନ୍ୟାସ ଦ୍ୱାରା ଆୟୋଜିତ ଗର୍ଭ ସଂସ୍କାର କାର୍ଯ୍ୟକ୍ରମ ଅଧୀନରେ ଏହି ସଂଗଠନ ସହ ଜଡିତ ଡାକ୍ତରମାନେ ଗର୍ଭବତୀ ମହିଳାମାନଙ୍କୁ ବୈଜ୍ଞାନିକ ଏବଂ ପାରମ୍ପାରିକ ପଦକ୍ଷେପ ବିଷୟରେ ମାର୍ଗଦର୍ଶନ କରିବେ ଯାହା ଦ୍ୱାରା ସେମାନେ ସଂସ୍କାରି ଓ ଦେଶପ୍ରେମୀ ଶିଶୁମାନଙ୍କୁ ଜନ୍ମ ଦେଇ ପାରିବେ।

ଅନଲାଇନ୍ ମାଧ୍ୟମରେ ଜାରି କରାଯାଇଥିବା ଗର୍ଭ ସଂସ୍କାର ମୋଡ୍ୟୁଲରେ ଧାର୍ମିକ ଗ୍ରନ୍ଥ ପଢିବା ସହ ଯୋଗାଭ୍ୟାସ କରିବା ପ୍ରମୁଖ ରହିଛି | ଉଲ୍ଲେଖ ଥାଉ କି ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୁନ୍ଦରରାଜନ କହିଥିଲେ ଯେ ଗର୍ଭଧାରଣରେ ଏହି ଗର୍ଭ ସଂସ୍କାର କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ସକରାତ୍ମକ ଫଳାଫଳ ଦେବ। ସେ କହିଛନ୍ତି, “ଗ୍ରାମଗୁଡିକରେ ଆମେ ଗର୍ଭବତୀ ମହିଳାମାନଙ୍କୁ ରାମାୟଣ, ମହାଭାରତ ଏବଂ ଅନ୍ୟାନ୍ୟ ଉପନ୍ୟାସ ସହିତ ଭଲ କାହାଣୀ ପଢ଼ିଥିବାର ଦେଖିଛୁ। ବିଶେଷକରି ତାମିଲନାଡୁରେ ଏକ ବିଶ୍ୱାସ ରହିଛି ଯେ ଗର୍ଭବତୀ ମହିଳାମାନେ କମ୍ବ ରାମାୟଣର ସୁନ୍ଦରାକାଣ୍ଡ ପାଠ କରିବା ଉଚିତ୍। ଯାହାକି ସନ୍ତାନ ପାଇଁ ଅତ୍ୟନ୍ତ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ | 'ସୁନ୍ଦରାକାଣ୍ଡ' ହେଉଛି 'ରାମାୟଣ'ର ଏକ ଅଧ୍ୟାୟ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe