ଭଗବାନ ଶ୍ରୀରାମଙ୍କ ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ହାଇଦ୍ରାବାଦରୁ ୬ ମାସ ‘ତଡ଼ିପାର’ ହେଲେ ଚଳଚ୍ଚିତ୍ର ସମୀକ୍ଷକ

Advertisment
ଭଗବାନ ଶ୍ରୀରାମଙ୍କ ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ହାଇଦ୍ରାବାଦରୁ ୬ ମାସ ‘ତଡ଼ିପାର’ ହେଲେ ଚଳଚ୍ଚିତ୍ର ସମୀକ୍ଷକ

Deccan Chronicle

ହାଇଦ୍ରାବାଦ: ଭଗବାନ ଶ୍ରୀରାମଙ୍କ ବିରୋଧରେ ନକାରାତ୍ମକ ଟିପ୍ପଣୀ ଦେଇ ବିବାଦୀୟ ହୋଇପଡ଼ିଥିବା ତେଲୁଗୁ ଚଳଚ୍ଚିତ୍ର ସମୀକ୍ଷକ କାଥି ମହେଶଙ୍କୁ ‘ତଡ଼ିପାର’ କରିଛି ତେଲେଙ୍ଗନା ପୁଲିସ। ଏକ ସପ୍ତାହ ପୂର୍ବରୁ ଭଗବାନ ଶ୍ରୀରାମଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେବାପରେ ହାଇଦ୍ରାବାଦ୍‌ ସହରରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଦକ୍ଷିଣପତ୍ନୀ ସଂଗଠକମାନେ ଏହାର କଡ଼ା ବିରୋଧ କରିଥିଲେ। ପରିସ୍ଥିତିକୁ ଦେଖି ତେଲେଙ୍ଗନା ପୁଲିସ ୬ ମାସ ଲାଗି ମହେଶଙ୍କୁ ହାଇଦ୍ରାବାଦ୍‌ରୁ ‘ତଡ଼ିପାର୍‌’ କରିଛି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୁଲିସ ମହେଶଙ୍କୁ ନିଜର ଗ୍ରାମ ଆନ୍ଧପ୍ରଦେଶର ଚିତ୍ତୁର ଚାଲିିଯିବାକୁ କହିଛି।

publive-image www.thenewsminute.com

ଏଥିସହ ତେଲେଙ୍ଗନା ପୁଲିସ ମହେଶଙ୍କ ଏହି ବିବାଦୀୟ ମନ୍ତବ୍ୟ ପ୍ରସାରଣ କରିଥିବା ଟେଲିଭିଜନ ଚାନେଲ୍‌କୁ ମଧ୍ୟ ନୋଟିସ୍‌ ଜାରି କରିଛି। ଅନ୍ୟପକ୍ଷରେ ମହେଶଙ୍କୁ ଆନ୍ଧ୍ରପ୍ରଦେଶ ପୁଲିସ କିଭଳି ଗ୍ରହଣ କରିବ ତାହା ମଧ୍ୟ ଦେଖିବାର କଥା। କାରଣ ସେଠାରେ ମଧ୍ୟ ଉତ୍ତେଜନା ଦେଖା ଦେଇପାରେ। ବିଜଓ୍ଵାଡାରେ ଆନ୍ଧ୍ରପ୍ରଦେଶ ପୁଲିସ ଡ଼ିଜି କାଥି ମହେଶ ଚିତ୍ତୁର ଆସୁଥିବା ନେଇ ତାଙ୍କ ଆଗରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe