ଆମେରିକାର ସୁପରମାର୍କେଟରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

Advertisment
ଆମେରିକାର ସୁପରମାର୍କେଟରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ବସବାସ କରୁଥିବା ୩୨ବର୍ଷୀୟ ଜ‌ଣେ ଛାତ୍ରଙ୍କ ଆମେରିକାର ସୁପରମାର୍କେଟରେ ମୃତ୍ୟୁ ହୋଇଯାଇଛି। ମୃତ ଭାରତୀୟ ଛାତ୍ରଙ୍କ ନାମ ଦାସାରି ଗୋପୀକୃଷ୍ଣ ବୋଲି ଜଣାପଡ଼ିଛି। ଦାସାରି ଭଲ ଚାକିରି ପାଇଁ ୮ମାସ ହେବ ଆମେରିକାରେ ବସବାସ କରି ଆସୁଥିଲେ।

ସୂଚନାଯୋଗ୍ୟ, ଦାସାରି ଗୋପୀକୃଷ୍ଣ ଗତଶନିବାର ଦ୍ବିପହର ସମୟରେ କୌଣସି କାମରେ ଆମେରିକାର ସୁପରମାର୍କେଟକୁ ଯାଇଥିଲେ। ଏହି ସମୟରେ ସେଠାରେ ହଠାତ ଗୁଳିମାଡ଼ ହୋଇଥିଲା। ଅଜ୍ଞାତ ଗୁଳି ଚାଳକଙ୍କ ଆକ୍ରମଣରେ ଦାସାରି ଶିକାର ହୋଇଯାଇଥିଲେ। ଶରୀରରେ ଗୁଳି ବାଜିବ‌ାରୁ ଦାସାରି ସୁପରମାର୍କେଟର ଚଟାଣରେ ପଡ଼ିଯାଇଥିଲେ।

ସ୍ଥାନୀୟଲୋକେ ଦାସାରିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ନେଇଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ଦାସାରିଙ୍କ ମୃତ୍ୟୁପରେ ତାଙ୍କ ସ୍ତ୍ରୀ ଓ ପୁଅ ସମେତ ପରିବାରଲୋକଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।

ଉଲ୍ଲେଖଯୋଗ୍ୟ, ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି। ଏଯାବତ ଆମେରିକାରେ ୧୧ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଗତ ଏପ୍ରିଲ ମାସରେ ୨୫ବର୍ଷୀୟ ମହମ୍ମଦ ଅବଦୁଲ ଅରଫାନ ନାମକ ଜଣେ ଛାତ୍ରଙ୍କ ଆମେରିକାର କ୍ଲିୱଲ୍ୟାଣ୍ଡ ସହରରେ ମୃତ୍ୟୁ ହୋଇଥିଲା।

ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁଘଟଣା କ୍ରମ‌ାଗତ ବୃଦ୍ଧି ପାଉଥିବା ଦେଖି ସେଠାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ‌ସୃଷ୍ଟି ହୋଇଛି। ଭାରତୀୟ ଛାତ୍ର ମୃତ୍ୟୁ ଘଟଣାରେ ଫାଉଣ୍ଡେସନ ଫର ଇଣ୍ଡିଆ ଆଣ୍ଡ ଇଣ୍ଡିୟାନ ଡାୟସ୍ପୋରା ଷ୍ଟଡିଜ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe