ଅଯୋଧ୍ୟା ନିକଟରେ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର

Advertisment
ଅଯୋଧ୍ୟା ନିକଟରେ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର

ଉତ୍ତରପ୍ରଦେଶ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ପ୍ରଭାକର ମୌର୍ଯ୍ୟ ନାମକ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶର ଅଯୋଧ୍ୟା ନିକଟରେ ଏକ ମନ୍ଦିର ନିର୍ମାଣ କରିଛନ୍ତି। ସେହି ମନ୍ଦିର ଭିତରେ ଯୋଗୀ ଆଦିତ୍ୟନାଥଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ କରିଛନ୍ତି। ଅବିକଳ ଯୋଗୀ ଆଦିତ୍ୟନାଥଙ୍କ ମୂର୍ତ୍ତିଟି ଗେରୁଆ ରଙ୍ଗର ପରିଧାନ ସହ ହାତରେ ଧନୁ, ତୀର ଧରିଥିବା ଦେଖାଯାଇଛି।

ଏହି ମନ୍ଦିରଟି ରାମ ଜନ୍ମଭୂମିଠାରୁ ପ୍ରାୟ ୨୫ କିଲୋମିଟର ଦୂର ପ୍ରୟାଗରାଜ ରାଜପଥର ଭରତକୁଣ୍ଡ ଅଞ୍ଚଳରେ ରହିଛି। ବିଶ୍ୱାସ କରାଯାଏ, ପ୍ରଭୁ ରାମଚନ୍ଦ୍ର ବନବାସ ଯିବାବେଳେ ଭରତ ତାଙ୍କୁ ଏହିଠାରେ ବିଦାୟ ଦେଇଥିଲେ। ପ୍ରଭାକର କହିଛନ୍ତି, ଯୋଗୀ ଜନକଲ୍ୟାଣ କାର୍ଯ୍ୟ ସହ ରାମମନ୍ଦିର ନିର୍ମାଣ କରୁଛନ୍ତି। ମୁଁ ତାଙ୍କ ମନ୍ଦିର ନିର୍ମାଣ କରିଛି। ଏହି ଖବର ପ୍ରଚାରିତ ହେବାପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହାର କଡ଼ା ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe