ରାସ୍ତାରେ ନିର୍ମିତ ମନ୍ଦିର, ଦରଘାକୁ ହଟାଇବାକୁ ପଡ଼ିବ: ସୁପ୍ରିମ୍‌କୋର୍ଟ

Advertisment

ଜନସାଧାରଣଙ୍କ ସୁରକ୍ଷା ସର୍ବୋପରି ଏବଂ ରାସ୍ତା, ଜଳାଶୟ କିମ୍ବା ରେଳ ଲାଇନ୍ ଉପରେ ଜବରଦଖଲ କରୁଥିବା କୌଣସି ଧାର୍ମିକ ଢାଞ୍ଚାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ଜନସାଧାରଣଙ୍କ ସୁରକ୍ଷା ସର୍ବୋପରି ଏବଂ ରାସ୍ତା, ଜଳାଶୟ କିମ୍ବା ରେଳ ଲାଇନ୍ ଉପରେ ଜବରଦଖଲ କରୁଥିବା କୌଣସି ଧାର୍ମିକ ଢାଞ୍ଚାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟରେ ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲା: ୩ ମାସ ଭିତରେ କମିଟି ନେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁରକ୍ଷା ସର୍ବୋପରି ଏବଂ ରାସ୍ତା, ଜଳାଶୟ କିମ୍ବା ରେଳ ଲାଇନ୍ ଉପରେ ଜବରଦଖଲ କରୁଥିବା କୌଣସି ଧାର୍ମିକ ଢାଞ୍ଚାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଅଦାଲତ କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଓ ଜବରଦଖଲ ବିରୋଧୀ ଅଭିଯାନ ପାଇଁ କୋର୍ଟ ନିର୍ଦ୍ଦେଶ ଧର୍ମ-ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ଲାଗୁ ହେବ। ଜଷ୍ଟିସ୍ ବିଆର୍ ଗବାଇ ଓ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି କରିବା ଅବସରରେ ଏହା କହିଛନ୍ତି। ଅନେକ ରାଜ୍ୟରେ ଏହି ଧାରାକୁ ପ୍ରାୟତଃ ‘ବୁଲଡୋଜର ନ୍ୟାୟ’ କୁହାଯାଏ। ରାଜ୍ୟ କର୍ତ୍ତୃପକ୍ଷ ଅତୀତରେ କହି ଆସୁଛନ୍ତି ଯେ ଏଭଳି ଘଟଣାରେ କେବଳ ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଇଛି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ୩ଟି ରାଜ୍ୟ ଉତ୍ତରପ୍ରଦେଶ, ଗୁଜରାଟ ଓ ମଧ୍ୟପ୍ରଦେଶ ପକ୍ଷରୁ ହାଜର ହୋଇଥିଲେ। ଆପରାଧିକ ମାମଲାରେ ଅଭିଯୁକ୍ତ ହେବା ବୁଲଡୋଜର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାର କାରଣ ହୋଇପାରେ କି ବୋଲି ପଚରାଯିବାରୁ ମେହେଟ୍ଟା ଉତ୍ତର ଦେଇଥିଲେ, ନା ଆଦୌ ନୁହେଁ, ଏପରିକି ଦୁଷ୍କର୍ମ କିମ୍ବା ଆତଙ୍କବାଦ ଭଳି ଜଘନ୍ୟ ଅପରାଧ ପାଇଁ ମଧ୍ୟ ନୁହେଁ। ଖଣ୍ଡପୀଠ କହିଥିଲେ, ମହାନଗର ନିଗମ ଓ ପଞ୍ଚାୟତ ପାଇଁ ଭିନ୍ନ ଭିନ୍ନ ଆଇନ ରହିଛି। ଏଥିପାଇଁ ଏକ ଅନଲାଇନ୍ ପୋର୍ଟାଲ୍ ମଧ୍ୟ ରହିବା ଦରକାର, ଯାହାଦ୍ୱାରା ଲୋକମାନେ ସଚେତନ ହେବେ, ଥରେ ଏହାକୁ ଡିଜିଟାଇଜ୍ କରିବା ପରେ ଏକ ରେକର୍ଡ ସୃଷ୍ଟି ହେବ। ସଲିସିଟର ଜେନେରାଲ କହିଥିଲେ ଯେ କେତେକ ଘଟଣାକୁ ଆଧାର କରି ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଭାବି ଅଦାଲତ ନିର୍ଦ୍ଦେଶନାମା ଜାରି କରୁଥିବାରୁ ସେ ଚିନ୍ତିତ ଅଛନ୍ତି। ଅଦାଲତ କହିଥିଲେ, ଆମେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ଆମର ନିର୍ଦ୍ଦେଶ ସମସ୍ତଙ୍କ ପାଇଁ ସମାନ ରହିବ।

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଧର୍ମ ନିର୍ବିଶେଷରେ କାର୍ଯ୍ୟକାରୀ ହେବ

ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ଯଦି ଏହା ସାର୍ବଜନୀନ ରାସ୍ତା, ଫୁଟପାଥ୍, ଜଳାଶୟ କିମ୍ବା ରେଳ ଲାଇନ୍ ଅଞ୍ଚଳରେ ଥାଏ, ତେବେ ଏହାକୁ ହଟାଇବାକୁ ପଡ଼ିବ, ଜନସାଧାରଣଙ୍କ ସୁରକ୍ଷା ସର୍ବୋପରି। ରାସ୍ତା ମଝିରେ ଯଦି କୌଣସି ଧାର୍ମିକ ଢାଞ୍ଚା ଅଛି, ତାହା ଗୁରୁଦ୍ୱାରା ହେଉ କି ଦରଘା ହେଉ କିମ୍ବା ମନ୍ଦିର, ତାହା ଜନସାଧାରଣଙ୍କୁ ବାଧା ଦେଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଗବାଇ କହିଛନ୍ତି, ଅନଧିକୃତ ନିର୍ମାଣ ପାଇଁ ଗୋଟିଏ ଆଇନ ରହିବା ଦରକାର, ଯାହା ଧର୍ମ କିମ୍ବା ବିଶ୍ୱାସ ଉପରେ ନିର୍ଭରଶୀଳ ନୁହେଁ। ବରିଷ୍ଠ ଆଇନଜୀବୀ ବୃନ୍ଦା ଗ୍ରୋଭର ଜାତିସଂଘ ପ୍ରତିନିଧିଙ୍କ ପକ୍ଷରୁ ହାଜର ହୋଇ ଗୃହ ଉପଲବ୍ଧତା ଉପରେ ଯୁକ୍ତି ଉପସ୍ଥାପନ କରିଥିଲେ। ସଲିସିଟର ଜେନେରାଲ ଏହାକୁ ବିରୋଧ କରି କହିଥିଲେ, ଆମେ ଚାହୁଁନାହୁଁ ଯେ ଏହାର ଆନ୍ତର୍ଜାତିକୀକରଣ ହେଉ। ଆମର ଅଦାଲତ ଯଥେଷ୍ଟ ଶକ୍ତିଶାଳୀ। ଏଥିପାଇଁ ଆମକୁ କୌଣସି ଅନ୍ତର୍ଜାତୀୟ ଏଜେନ୍ସିର ଆବଶ୍ୟକତା ନାହିଁ। ଖଣ୍ଡପୀଠ କହିଛନ୍ତି, କୌଣସି ଅପରାଧରେ ଅଭିଯୁକ୍ତ ହେବା ସମ୍ପତ୍ତି ଭାଙ୍ଗିବାର ଆଧାର ହୋଇପାରିବ ନାହିଁ ଏବଂ ଏହା କେବଳ ନାଗରିକ ନିୟମ ଉଲ୍ଲଂଘନ କ୍ଷେତ୍ରରେ କରାଯାଇପାରିବ। ତେବେ କୋର୍ଟଙ୍କ ବିନା ଅନୁମତିରେ କୌଣସି ଉଚ୍ଛେଦ ଉପରେ ଅନ୍ତରୀଣ କଟକଣାକୁ ଅଦାଲତ ବୃଦ୍ଧି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe