ସୁପ୍ରିମକୋର୍ଟରୁ କେଜ୍ରିୱାଲ୍‌ ଓ ଆତିଶୀଙ୍କୁ ସାମୟିକ ଆଶ୍ବସ୍ତି

Advertisment

ବିଜେପି ନେତା ରାଜୀବ ବବ୍ବରଙ୍କ ଦ୍ବାରା ଦାଏର ମାନହାନି ମକଦ୍ଦମାରେ ଆପ୍‌ ନେତା ଅରବିନ୍ଦ୍ର କେଜ୍ରିୱାଲ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ମାମଲାର ଅଗ୍ରଗତି ଉପରେ ‌ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି।

ବିଜେପି ନେତା ରାଜୀବ ବବ୍ବରଙ୍କ ଦ୍ବାରା ଦାଏର ମାନହାନି ମକଦ୍ଦମାରେ ଆପ୍‌ ନେତା ଅରବିନ୍ଦ୍ର କେଜ୍ରିୱାଲ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ମାମଲାର ଅଗ୍ରଗତି ଉପରେ ‌ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି।

gdgdjggdjjgd

ନୂଆଦିଲ୍ଲୀ: ବିଜେପି ନେତା ରାଜୀବ ବବ୍ବରଙ୍କ ଦ୍ବାରା ଦାଏର ମାନହାନି ମକଦ୍ଦମାରେ ଆପ୍‌ ନେତା ଅରବିନ୍ଦ୍ର କେଜ୍ରିୱାଲ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ମାମଲାର ଅଗ୍ରଗତି ଉପରେ ‌ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ୨୦୧୮ରେ ଦିଲ୍ଲୀ ଭୋଟର ତାଲିକାରୁ ପ୍ରଧାନମନ୍ତ୍ରୀ ଓ ବିଜେପି ମୁସଲିମ୍‌ ଭୋଟରଙ୍କ ନାମ ହଟାଇ ଦେଇଛନ୍ତି ବୋଲି କେଜ୍ରିୱାଲ୍‌ ଓ ଆତିଶୀ ଅଭିଯୋଗ କରିଥିଲେ। ୨୦୨୦ରେ ଏହି ମାମଲା ଉପରେ ଅନ୍ତରୀଣ ରହିତାଦେଶ ଜାରି ହୋଇଥିଲା। ତେବେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଅନୂପ କୁମାର ମେନ୍ଦିରାତ୍ତ ଏହି ରହିତାଦେଶକୁ ଉଠାଇଦେଇ ନିମ୍ନ ଅଦାଲତରେ ଅକ୍ଟୋବର ୩ରେ ହାଜର ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ କେଜ୍ରିୱାଲ୍‌ ଓ ଆତିଶୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂହଭି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। 

ବିଚାରପତି ହୃଷୀକେଶ ରାୟ ଓ ଏସ୍‌ଭିଏନ୍‌ ଭଟ୍ଟିଙ୍କ ଖଣ୍ଡପୀଠ ଆଜି କେଜ୍ରିୱାଲ୍‌ ଓ ଆତିଶୀଙ୍କ ଆବେଦନର ଶୁଣାଣି କରିଥିଲେ। ସେମାନଙ୍କ ଉପରେ ଥିବା ମାନହାନି ମାମଲାକୁ ସମ୍ପୂର୍ଣ୍ଣ ଖାରଜ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଓକିଲ ସିଂହଭି ଅନୁରୋଧ କରିଥିଲେ। ଅପରପକ୍ଷରେ ବବ୍ବରଙ୍କ ପକ୍ଷରୁ ବରିଷ୍ଠ ଓକିଲ ସୋନିଆ ମାଥୁର କହିଥିଲେ ଯେ ତାଙ୍କ ମହକିଲ ବିଜେପିର ଅନୁମତି ପରେ ହିଁ ଏହି ମାମଲା ରୁଜୁ କରିଛନ୍ତି। ଖଣ୍ଡପୀଠ କହିଥିଲେ‌ ଯେ ଯଦି ଦଳ ଅନୁମତି ଦେଇଛି ତେବେ ଏହା ମାମଲାର ଶି‌ରୋନାମା - ‘ନିଜର ସ୍ବୀକୃତିପ୍ରାପ୍ତ ପ୍ରତିନିଧି ରାଜୀବ ବବ୍ବରଙ୍କ ଜରିଆରେ’ ବୋଲି ସ୍ପଷ୍ଟଭାବେ ଲେଖାଯିବା ଆବଶ୍ୟକ ଥିଲା। ମାମଲାର ପରବର୍ତ୍ତୀ ଅଗ୍ରଗତି ଉପରେ ରୋକ ଲାଗାଇଥିଲେ ମଧ୍ୟ ମାମଲାକୁ ଖାରଜ କରିନାହାନ୍ତି। ଖାରଜ ନିମନ୍ତେ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିମନ୍ତେ ଉଭୟ ପକ୍ଷକୁ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe