ଭୁଶୁଡ଼ିଲା ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ପାଇଁ କରାଯାଇଥିବା ଅନ୍ୟତମ ସ୍ବାଗତ ଗେଟ୍‌, ଦିିନକ ପୂର୍ବରୁ ଅଘଟଣ

ଭୁଶୁଡ଼ିଲା ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ପାଇଁ କରାଯାଇଥିବା ଅନ୍ୟତମ ସ୍ବାଗତ ଗେଟ୍‌, ଦିିନକ ପୂର୍ବରୁ ଅଘଟଣ

(Photo Credits: Twitter/@Zebaism)

ନୂଆଦିଲ୍ଳୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତର ଗୋଟାଏ ଦିନ ପୂର୍ବରୁ ରବିବାର ବିଶ୍ବର ବୃହତ୍‌ ମୋଟେରା ଷ୍ଟାଡିୟମ୍‌ରେ ହୋଇଥିବା ଅସ୍ଥାୟୀ ଗେଟ୍‌ ଭୁଶୁଡ଼ି ପଡ଼ିଛି। ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ପାଇଁ କରାଯାଉଥିବା ବ୍ୟାପକ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଏପରି ଅଘଟଣା ଘଟିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ଫେବ୍ରୁଆରି ୨୪ ତାରିଖରେ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଭଙ୍ଗା ଗେଟ୍‌ର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରା‌ଲ୍‌ ହୋଇଛି। ବହୁ ଜୋର୍‌ରେ ପବନ ହେଉଥିବ‌ା କାରଣରୁ ଏହି ଗେଟ୍‌ଟି ଭାଙ୍ଗି ପଡ଼ିଥିବା ଜାଣିବାକୁ ମିଳିଛି। ଏହି ଦୁର୍ଘଟଣାରେ କେହି ହେଲେ ମୃତାହତ ହୋଇନାହାନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମର ଏହା ଅନ୍ୟତମ ସ୍ବାଗତ ‌ଦ୍ବାର।

ଏହି ବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ୧ ଲକ୍ଷରୁ ଊର୍ଧ୍ବ ଲୋକ ବସିବା ପାଇଁ ସିଟ୍‌ ବ୍ୟବସ୍ଥା ରହିଛି। ସେଠାରେ ଥିବା ପୁରୁଣା ଷ୍ଟାଡିୟମ୍‌କୁ ଭଙ୍ଗାଯିବା ପରେ ଏହି ବୃହତ୍‌ ଷ୍ଟାଡିୟମ୍‌ ନିର୍ମାଣ ହୋଇଛି।

ଟ୍ରମ୍ପ୍‌ଙ୍କ ଆସିବା ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ହଜାର ହଜାର ପୁଲିସ୍‌ କର୍ମୀ ନିୟୋଜିତ ହୋଇଥିବା ବେଳେ ଆକାଶ ମାର୍ଗରୁ ପାଟ୍ରୋଲିଂ କରାଯିବାର ବନ୍ଦୋବସ୍ତ ରହିଛି। ଅଣ୍ଟି ଡ୍ରୋନ୍‌ ବ୍ୟବସ୍ଥା ସହ ଅନ୍ୟ ସୁରକ୍ଷା ବ୍ୟବସ୍ଥା ବି କରାଯାଇଛି ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ। ଟ୍ରମ୍ପ୍‌ ଯେଉଁ ବା‌ଟରେ ସବୁ ଯିବେ ତାହାକୁ ସୌନ୍ଦର୍ଯୀକରଣ କରାଯାଇଛି। ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀଙ୍କୁ ସୁନା ଛାଉଣୀ ଦିଆ ଥାଳିରେ ଖାଦ୍ୟ ପରଷାଯିବା ସହ ରୂପା ଗ୍ଲାସ୍‌ରେ ପାଣି ଦିଆଯିବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe