Karnataaka Congress : କର୍ଣ୍ଣାଟକ କଂଗ୍ରେସରେ ପୁଣି ଥରେ ଅନ୍ତଃକନ୍ଦଳ ଦେଖାଦେଇଛି। ସୂତ୍ର ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଶିବିରର ଦଶ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀରେ ପହଞ୍ଚି ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି।
ବିଧାୟକମାନଙ୍କ ଦିଲ୍ଲୀ ଆଗମନ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ କର୍ଣ୍ଣାଟକରେ ଦୀର୍ଘଦିନ ଧରି ଚାଲିଆସୁଥିବା କ୍ଷମତା ବଣ୍ଟନ ଫର୍ମୁଲା କାର୍ଯ୍ୟକାରୀ କରିବା ପାଇଁ ଚାପ ବୃଦ୍ଧି କରିଛି। ଆଜି କଂଗ୍ରେସ ସରକାର ଅଢ଼େଇ ବର୍ଷ ପୂରଣ କରିବା ସହିତ, ନେତୃତ୍ୱ ପରିବର୍ତ୍ତନ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଡିକେ ଶିବକୁମାରଙ୍କ ନିକଟତର ବୋଲି କୁହାଯାଉଥିବା ଏହି ବିଧାୟକମାନେ ଗୁରୁବାର ଅପରାହ୍ନରେ ଦଳର ଶୀର୍ଷ ନେତାଙ୍କ ସହ ସାକ୍ଷାତ କରିବା ପାଇଁ ରାଜଧାନୀ ଯାଇଥିଲେ।
ଆହୁରି ପଢନ୍ତୁ : Delhi Blast : ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଆଉ ୪ ଡାକ୍ତର ଗିରଫ
ସୂଚନାଯୋଗ୍ୟ ଯେ ମନ୍ତ୍ରୀ ଏନ.ଚଲୁଭରାୟାସ୍ବାମୀଙ୍କ ନେତୃତ୍ବରେ ବିଧାୟକମାନେ ଦିଲ୍ଲୀ ଯାଇଛନ୍ତି । ଆଉ କେତେକ ବିଧାୟକ ଶୁକ୍ରବାରଦିନ ଦିଲ୍ଲୀ ପହଞ୍ଚିବାର ସମ୍ଭାବନା ରହିଛି ।
ସଂପୂର୍ଣ୍ଣ ୫ ବର୍ଷ ରହିବି ମୁଖ୍ୟମନ୍ତ୍ରୀ : ସିଦ୍ଦରମୈୟା
ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ ସେ ସଂପୂର୍ଣ୍ଣ ୫ ବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ଓ ପଦ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ସ୍ଥିତି ବିବାଦୀୟ ହୋଇପଡ଼ିଛି ।
ଆହୁରି ପଢନ୍ତୁ : Ludhiana Encounter: ଲୁଧିଆନାରେ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ, ୨ ଆତଙ୍କବାଦୀ ଗିରଫ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/20/karnataka-congess-2025-11-20-22-42-31.png)