ଚୀନ: ମାଲବାହୀ ଜାହାଜରେ ଗ୍ୟାସ୍‌ ନିର୍ଗତ, ୧୦ ମୃତ, ୧୯ ଗୁରୁତର

ଚୀନ: ମାଲବାହୀ ଜାହାଜରେ ଗ୍ୟାସ୍‌ ନିର୍ଗତ, ୧୦ ମୃତ, ୧୯ ଗୁରୁତର

Zee news

ବେଜିଂ: ଚୀନର ଭେଇହେଡ ସହରସ୍ଥିତ ଲୋଙ୍ଗୟାନ ବନ୍ଦରରେ ଏକ ମାଲବାହୀ ଜାହାଜରେ ଅଗ୍ନିନିରୋଧକ ପ୍ରଣାଳୀରୁ କାର୍ବନ ଡାଇଅକ୍‌ସାଇଡ ଗ୍ୟାସ୍‌ ନିର୍ଗତ ହେବାରୁ ଅତିକମ୍‌ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୯ ଜଣ ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବନ୍ଦରର ଜଣେ ଅଧିକାରୀ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗ୍ୟାସ୍‌ ନିର୍ଗତ ଘଟଣା ରବିବାର ଫୁଜିୟାନ ସିପିଂ କମ୍ପାନିର ଏକ ଜାହାଜରେ ମରାମତି ସମୟରେ ହୋଇଛି।

ସ୍ଥାନୀୟ ସରକାରଙ୍କ ଅନୁସାରେ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସରକାରୀ ସମାଚାର ସିହ୍ନଆ ରବିବାର କହିଛି, ଦୁର୍ଘଟଣାରେ ୧୯ ଜଣ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କର ଅବସ୍ଥା ଠିକ୍‌ ଅଛି। କାର୍ବନ ଡାଇଅକ୍‌ସାଇଡ ସଂସ୍ପର୍ଶରେ ଆସିବା ଦ୍ୱାରା ଆଖି ଓ ଶରୀର ପୋଡ଼ିଯାଇଛି। ମାତ୍ର ସ୍ଥିତି ଏବେ ଭଲ ଅଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଗ୍ନିନିରୋଧକ ପ୍ରଣାଳୀରୁ କାର୍ବନ ଡାଇଅକ୍‌ସାଇଡ ଗ୍ୟାସ ନିର୍ଗତ ହୋଇଥିବାରୁ ଦୁର୍ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe