ମୃତ୍ୟୁ ପରେ ସାମ୍ନାକୁ ଆସିଲା ପ୍ରଶିକ୍ଷକଙ୍କ ସହ ରାଧିକାଙ୍କ ହ୍ୱାଟ୍ସଆପ ଚାଟ

Advertisment
ee022b9b-084c-4f15-b3e0-52dd630d7c51

ନୂଆଦିଲ୍ଲୀ: ଟେନିସ ଖେଳାଳି ରାଧିକାଙ୍କ ମୃତ୍ୟୁ ପରେ ଅନେକ ପ୍ରସଙ୍ଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାପାଙ୍କ ବନ୍ଧୁକ ଗୁଳିରୁ ଜୀବନ ଯିବା ପୂର୍ବରୁ ରାଧିକା ପ୍ରଶିକ୍ଷକଙ୍କ ସହ ହ୍ୱାଟ୍ସଆପରେ କିଛି କଥା ହୋଇଥିଲେ। ଟେନିସ ଖେଳାଳିଙ୍କ ମୃତ୍ୟୁ ପରେ ତାଙ୍କର ଏହି ହ୍ବାଟସଆପ ଚାଟ ସାମ୍ନାକୁ ଆସିଛି। 

ରାଧିକା ଯାଦବ ହ୍ବାଟସଆପ ଜରିଆରେ ତାଙ୍କ ପ୍ରଶିକ୍ଷକଙ୍କୁ କହିଥିଲେ, ‘ଏଠାରେ ବହୁତ ପ୍ରତିବନ୍ଧକ ଅଛି, ମୁଁ ଜୀବନକୁ ଉପଭୋଗ କରିବାକୁ ଚାହୁଁଛି। ମୁଁ ମୋ ପରିବାରଠାରୁ ଦୂରକୁ ଯିବାକୁ ଚାହୁଁଛି, କାରଣ ମୁଁ ଏ ପ୍ରତିବନ୍ଧକ ଭିତରେ ବଞ୍ଚି ପାରିବି ନାହିଁ।

ମୁଁ ମୋ ଜୀବନକୁ ସ୍ବାଧୀନ ଭାବେ ବଞ୍ଚିବାକୁ ଚାହୁଁଛି। ତେଣୁ କିଛିଦିନ ପାଇଁ ବିଦେଶ ଯିବାକୁ ସ୍ଥିର କରିଛି।  ପରିବାର ସଦସ୍ୟମାନେ ଠିକ୍ ଅଛନ୍ତି, କିନ୍ତୁ ମୁଁ କିଛିଦିନ ପାଇଁ ଏକା ରହିବାକୁ ଚାହୁଁଛି। କିଛି କୋର୍ସ କରିବାକୁ ଲକ୍ଷ୍ୟ ରଖିଛି। ଯାହାକି ମୋତେ ଆଗାମୀ ଦିନରେ ମୋର କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିବ।’ 

ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ଘଟଣାର ତଦନ୍ତ ଚାଲିଛି । କୋର୍ଟ ଅଭିଯୁକ୍ତ ପିତାଙ୍କୁ ଗୋଟିଏ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛି। ପୁଲିସ କହିଛି ଯେ ଟେନିସ୍ ଏକାଡେମିକୁ ନେଇ ବାରମ୍ବାର ଝଗଡ଼ା ଯୋଗୁଁ ରାଧିକାଙ୍କ ବାପା ଦୀପକ ଯାଦବ ଝିଅକୁ ହତ୍ୟା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe