ମନ୍ଦିରରେ ମୂର୍ତ୍ତି ଭଙ୍ଗାକୁ ନେଇ ଭାଗଲପୁରରେ ଉତ୍ତେଜନା

ଝାଡ଼ଖଣ୍ଡକୁ ଲାଗି ରହିଥିବା ବିହାରର ଭାଗଲପୁର ଜିଲ୍ଲାର ସାନହୋଲା ବଜାର ଅଂଚଳରେ ଉତ୍ତେଜନା ଦେଖାଦେଇଛି । ଏଠାରେ ଥିବା ରାମ ଜାନକୀ ମନ୍ଦିରରେ ଥିବା ବିଗ୍ରହ ଭଙ୍ଗାରୁଜା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

bhagalpur

ଭାଗଲପୁର: ଝାଡ଼ଖଣ୍ଡକୁ ଲାଗି ରହିଥିବା ବିହାରର ଭାଗଲପୁର ଜିଲ୍ଲାର ସାନହୋଲା ବଜାର ଅଂଚଳରେ ଉତ୍ତେଜନା ଦେଖାଦେଇଛି । ଏଠାରେ ଥିବା ରାମ ଜାନକୀ ମନ୍ଦିରରେ ଥିବା ବିଗ୍ରହ ଭଙ୍ଗାରୁଜା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।ମୂର୍ତ୍ତିଭଙ୍ଗା ପ୍ରତିବାଦରେ ଲୋକେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଛି। କିନ୍ତୁ ଉତ୍ତ୍ୟକ୍ତ ଜନତା ରାସ୍ତାରେ ଟ୍ରାଫିକ୍ ଜାମ୍ ସୃଷ୍ଟି କରିବା ସହ ଥାନା ଉପରକୁ ପଥର ମାଡ଼ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖାଯାଇଛି। 

ଭାଗଲପୁରର ସାନହୋଲା ଥାନା ଅଞ୍ଚଳରେ  ଥିବା ରାମ ସୀତା ଓ ରାଧାକୃଷ୍ଣ ମନ୍ଦିରରେ  ରବିବାର ଦୁର୍ବୃତ୍ତମାନେ ଗ୍ରିଲ୍ ଗେଟ୍ ଭାଙ୍ଗି ଭଗବାନ ରାମଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଥିଲେ। ଏହି ଖବର ପ୍ରଚାରିତ ହେବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ଉତ୍ତ୍ୟକ୍ତ ଜନତା ପୁଲିସ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

ପୁଲିସର ସୂଚନା ଅନୁସାରେ ଭାଗଲପୁରର ସାନହୋଲା ଥାନା ଅଞ୍ଚଳରେ ପୋଖରୀ ନିକଟରେ ଥିବା ରାମ ସୀତା ଓ ରାଧାକୃଷ୍ଣ ମନ୍ଦିରରେ ଏହି ଘଟଣା ଘଟିଛି। ରବିବାର ଅସାମାଜିକ ତତ୍ତ୍ୱମାନେ ଗ୍ରିଲ୍ ଗେଟ୍ ଭାଙ୍ଗି ଭଗବାନ ରାମଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଥିଲେ। ଏହି ଖବର ପ୍ରଚାରିତ ହେବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଉତ୍ତ୍ୟକ୍ତ ଜନତା ପୁଲିସ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ପୁଲିସ ଫାଙ୍କା ଗୁଳି ଚଳାଇଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣକୁ ଆସି ପାରିନଥିଲା। ଏହାପରେ ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ପୁଲିସ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe