ଏଲ୍‌ଓସିରେ ଉତ୍ତେଜନା: ଶାନ୍ତି ପାଇଁ ଫ୍ଲାଗ୍‌ ବୈଠକ

Advertisment
ଏଲ୍‌ଓସିରେ ଉତ୍ତେଜନା: ଶାନ୍ତି ପାଇଁ ଫ୍ଲାଗ୍‌ ବୈଠକ

ନୂଆଦିଲ୍ଲୀ: ଲଗାତାର କିଛିଦିନ ହେବ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଦ୍ୱାରା ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖା ନିକଟରେ ଲାଗି ରହିଥିବା ବିଶୃଙ୍ଖଳା ଏବଂ ଉତ୍ତେଜନାମୂଳକ ପରିସ୍ଥିତିରେ ସୁଦ୍ଧାର ଆଣିବାପାଇଁ ଆଜି ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଫ୍ଲାଗ୍‌ ବୈଠକ ହୋଇଛି। ଜମ୍ମୁ ଜିଲ୍ଲାର ଆରଏସ ପୁରା ସେକ୍ଟରର ସୁଚେଗଡ଼ ଅଞ୍ଚଳର ଅକ୍ଟ୍ରୋଇ ପୋଷ୍ଟ୍‍ରେ ଆଜି ବିଏସଏଫ୍‌ ଏବଂ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ଏକ ସେକ୍ଟର କମାଣ୍ଡରସ୍ତରୀୟ ଫ୍ଲାଗ୍‌ ବୈଠକ ହୋଇଛି ବୋଲି ବିଏସଏଫ୍‌ର ଜମ୍ମୁ ଫ୍ରଣ୍ଟିୟର ଜେନେରାଲ ରାମ ଅଓ୍ଵତର କହିଛନ୍ତି। ଗତ ଜାନୁଆରୀ ୧୭ ତାରିଖରୁ ୨୨ ତାରିଖ ମଧ୍ୟରେ ଜମ୍ମୁ କଶ୍ମୀରର ଆର୍ନ୍ତଜାତୀୟ ସୀମା ନିକଟସ୍ଥ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତ ୬ ଯବାନ ଏବଂ ୭ ଜଣ ସାଧାରଣ ନାଗରିକଙ୍କୁ ହରାଇଛି। ପାଖାପାଖି ୬୦ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଲୋକ ଘର ଛାଡ଼ି ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି। ତେବେ ଜାନୁଆରୀ ୨୨ ତାରିଖରୁ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ କୌଣସି ପ୍ରକାର ଅସ୍ତ୍ରବିରତି ଉଲ୍ଲଂଘନ ହୋଇନଥିଲେ ମଧ୍ୟ ସୀମା ନିକଟସ୍ଥ ୫ କିମି ଅଞ୍ଚଳ ମଧ୍ୟରେ ସ୍କୁଲ୍‌ଗୁଡ଼ିକୁ ଜାନୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe