ନଏଡ଼ାରେ ଉତ୍ତେଜନା, ୪୦୦୦ ପୁଲିସ ମୁତୟନ

Advertisment

ଶ୍ରୀକାନ୍ତ ତ୍ୟାଗୀଙ୍କ ସମର୍ଥନରେ ମହାପଞ୍ଚାୟତରେ ଯୋଗ ଦେଲେ ୫୦ ହଜାର ଲୋକ

ଶ୍ରୀକାନ୍ତ ତ୍ୟାଗୀଙ୍କ ସମର୍ଥନରେ ମହାପଞ୍ଚାୟତରେ ଯୋଗ ଦେଲେ ୫୦ ହଜାର ଲୋକ

ନଏଡ଼ାରେ ଉତ୍ତେଜନା, ୪୦୦୦ ପୁଲିସ ମୁତୟନ

ନଏଡ଼ା : ତ୍ୟାଗୀ ସମ୍ପ୍ରଦାୟର ଲୋକମାନେ ନିକଟରେ ଗିରଫ ହୋଇଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ସମର୍ଥନରେ ମହାପଞ୍ଚାୟତ ଡାକରା ଦେଇଥିବାରୁ ହିଂସା ଆଶଙ୍କାରେ ନଏଡ଼ାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଗେଝା ଗାଁରେ ଥିବା ରାମଲୀଲା ମୈଦାନରେ ଆଜି ଦିନ ୧୦ଟାଠାରୁ ମେଳି ଆରମ୍ଭ ହୋଇଥିଲା। ପଶ୍ଚିମ ଉତ୍ତରପ୍ରଦେଶର ଗାଜିଆବାଦ, ମୁଜାଫରନଗର, ବୁଲନ୍ଦସହର, ବାଘପତ ଓ ହାପୁର ପ୍ରଭୃତି ଅଞ୍ଚଳରୁ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ ଏଥିରେ ଭାଗ ନେଇଛନ୍ତି। ସମ୍ଭାବ୍ୟ ଗଣ୍ଡଗୋଳ ଅଶଙ୍କାରେ ମହାପଞ୍ଚାୟତ ଅଞ୍ଚଳରେ ପ୍ରାୟ ୪୦୦୦ରୁ ଅଧିକ ପୁଲିସ ମୁତୟନ କରାଯାଇଛି। ରାମଲୀଳା ମୈଦାନ ପାଖରେ ପ୍ରାୟ ୧୫୦୦ ସରକାରୀ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ନଏଡ଼ା ଟ୍ରାଫିକ୍ ପୁଲିସ୍ ଏକ ଟ୍ରାଫିକ୍ ଡାଇଭର୍ସନ ପ୍ଲାନ ଇସ୍ୟୁ କରିଛି। ସୂଚନାଯୋଗ୍ୟ, ଜଣେ ଆତ୍ମଘୋଷିତ ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀ ନଏଡ଼ା ହାଉସିଂ ସୋସାଇଟିରେ ଜବରଦଖଲକୁ ବିରୋଧ କରୁଥିବା ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ଓ ତାଙ୍କୁ ଠେଲିଦେବାର ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସେକ୍ଟର ୧୧୦ରେ ଥିବା ରାମଲୀଳା ମୈଦାନରେ ମହାପଞ୍ଚାୟତ ଅନୁଷ୍ଠିତ ହେଉଛି ଯେଉଁଠି ପଶ୍ଚିମ ଉତ୍ତପ୍ରଦେଶ ତ୍ୟାଗୀ ସମ୍ପ୍ରଦାୟର ପ୍ରାୟ ୫୦,୦୦୦ ଲୋକ ଯୋଗ ଦେଇଛନ୍ତି। ତ୍ୟାଗୀ ସମ୍ପ୍ରଦାୟ ଅଭିଯୋଗ କରିଛି ଯେ ଶ୍ରୀକାନ୍ତ ତ୍ୟାଗୀଙ୍କ ନାଁରେ ବିଭିନ୍ନ ମିଥ୍ୟା ଧାରା ଲଗାଯାଇଛି ଏବଂ ତଦନ୍ତ ସମୟରେ ତାଙ୍କ ପରିବାରକୁ ହଇରାଣ କରାଯାଉଛି। ଶ୍ରୀକାନ୍ତଙ୍କୁ ଗିରଫ କରାଯିବା ଯୋଗୁ ତ୍ୟାଗୀ ସମ୍ପ୍ରଦାୟ ବଦନାମ ହୋଇଛି। ଭାରତୀୟ କିଷାନ ୟୁନିୟନ ମଧ୍ୟ ତ୍ୟାଗୀଙ୍କ ସପକ୍ଷରେ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିବା ସହ ଶ୍ରୀକାନ୍ତ ତ୍ୟାଗୀଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe