ଆମ୍ବେଦରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜ୍ଜାକୁ ନେଇ ମହାରାଷ୍ଟ୍ରର ପରଭାନୀରେ ହିଂସା

ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ମହାରାଷ୍ଟ୍ରର ପରଭାନୀ ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ଏହାପରେ ଉତ୍ତ୍ୟକ୍ତ ଲୋକେ ଅନେକ ସ୍ଥାନରେ ନିଆଁ ଲଗାଇଦେଇଛନ୍ତି । ଯେଉଁମାନେ ସମ୍ବିଧାନକୁ ଅପମାନ କରୁଛନ୍ତି ସେମାନଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।

violence

ମୁମ୍ବାଇ: ସମ୍ବିଧାନ ନିର୍ମାତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ମହାରାଷ୍ଟ୍ରର ପରଭାନୀ ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ଏହାପରେ ଉତ୍ତ୍ୟକ୍ତ ଲୋକେ ଅନେକ ସ୍ଥାନରେ ନିଆଁ ଲଗାଇଦେଇଛନ୍ତି । ଯେଉଁମାନେ ସମ୍ବିଧାନକୁ ଅପମାନ କରୁଛନ୍ତି ସେମାନଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।

ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ୍ ସେଲ୍ ମଧ୍ୟ ପ୍ରୟୋଗ କରାଯାଇଥିଲା। ଅନିୟନ୍ତ୍ରିତ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଆମ୍ବେଦକରଙ୍କ ଅନୁଗାମୀମାନେ ପରଭାନୀ ସହରରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖ ପ୍ରତିମୂର୍ତ୍ତି ଅଞ୍ଚଳରେ ଏକତ୍ରିତ ହୋଇ ରୋଡ୍ ରୋକୋ ଓ ରେଳ ରୋକୋ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି ଏବଂ ବିଏନଏସଏସ୍ ର ଧାରା ୧୬୩ ଲାଗୁ କରାଯାଇଛି।

ଅନ୍ୟପକ୍ଷରେ ବଞ୍ଚିତ ବହୁଜନ ଆଘାଡି (ଭବିଏ) ମୁଖ୍ୟ ପ୍ରକାଶ ଆମ୍ବେଦକର ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପରଭାନୀରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତିକୁ ଜାତିବାଦୀ ମରାଠା ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ଅତ୍ୟନ୍ତ ଲଜ୍ଜାଜନକ। ଏହା ପ୍ରଥମ ଥର ନୁହେଁ ଯେ ବାବାସାହେବଙ୍କ ପ୍ରତିମୂର୍ତ୍ତି କିମ୍ବା ଦଳିତ ପରିଚୟର ଚିହ୍ନ ଭଙ୍ଗାଯାଇଛି।
ସେ କହିଛନ୍ତି, ଭିବିଏ ପରଭାନୀ ଜିଲ୍ଲା କର୍ମକର୍ତ୍ତାମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସେମାନଙ୍କ ବିରୋଧ ଯୋଗୁଁ ପୁଲିସ ଏତଲା ରୁଜୁ କରି ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମସ୍ତ ଦୁର୍ବୃତ୍ତଙ୍କୁ ଗିରଫ କରା ନଗଲେ ପରିଣାମ ଭୋଗିବାକୁ ପଡ଼ିବ। \"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe