indiatoday
ମୁମ୍ବାଇ: ଦେଶରେ ଏବେ କରୋନା ସଂକ୍ରମଣ ହାର ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏବେ ସଂକ୍ରମଣ ସଂଖ୍ୟା ଖୁବ ଅଧିକ ରହିଛି। ନାଇଟ କର୍ଫ୍ୟୁ ସହ ସପ୍ତାହନ୍ତ ଲକଡାଉନ କରିଥିଲେ ମଧ୍ୟ ସଂକ୍ରମଣ କମ ହେବାର ନାଁ ନେଉ ନାହିଁ। ଏ ମଧ୍ୟରେ ଆଜି କରୋନା ମହାମାରୀକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।
ଆପଣ ଜାଣିଥିବେ, ସେପ୍ଟେମ୍ବର ୨୦୨୦ରେ କରୋନାର ପ୍ରଥମ ଲହରରେ ସମଗ୍ର ଦେଶରେ ୧୦.୫ ଲକ୍ଷ ସକ୍ରିୟ କୋଭିଡ-୧୯ ସଂକ୍ରମିତ ଥିବା ବେଳେ ଏବେ କେବଳ ମହାରାଷ୍ଟ୍ରରେ ଏପ୍ରିଲ ୩୦ସୁଦ୍ଧା ୧୧.୯ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇସାରିଥିବେ ବୋଲି ଚିଠିରେ ଲେଖିଛନ୍ତି ଉଦ୍ଧବ ଠାକରେ । ଏହା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କୋଭିଡ-୧୯ ମହାମାରୀକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
Free Press Journalଏହି ମହାମାରୀକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯିବା ପରେ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ)କୁ ବ୍ୟବହାର କରି ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ପାରିବେ। କେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା ଆଇନର ଏକ ଅଂଶ ଭାବରେ ସମସ୍ତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ ଗଠନ ହୋଇଥିବାରୁ ପ୍ରତ୍ୟେକ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବ୍ୟବହାର କରିବାକୁ କେନ୍ଦ୍ରର ଅନୁମତି ଆବଶ୍ୟକ କରନ୍ତି।
Follow Us