ଆତଙ୍କବାଦୀ କାର୍ଯ୍ୟ କରୁଥିବା ହସ୍ପିଟାଲକୁ ମୋଦି ଉଦ୍‌ଘାଟନ କରିଥିଲେ

Advertisment

ବିଜେପିକୁ ଅହମଦ ପଟେଲଙ୍କ ଜବାବ୍‌

ବିଜେପିକୁ ଅହମଦ ପଟେଲଙ୍କ ଜବାବ୍‌

ଆତଙ୍କବାଦୀ କାର୍ଯ୍ୟ କରୁଥିବା ହସ୍ପିଟାଲକୁ ମୋଦି ଉଦ୍‌ଘାଟନ କରିଥିଲେ

ନୂଆଦିଲ୍ଲୀ : ଗୁଜରାଟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଛକାପଂଝା ତୀବ୍ର ହୋଇଛି। ରାଜ୍ୟରେ ପ୍ରତ୍ୟେକଟି ଘଟଣାରେ ଉଭୟ ଦଳ ରାଜନୈତିକ ରଙ୍ଗ ବୋଳି ପରସ୍ପରକୁ ଦାୟୀ କରିବାରେ ଲାଗିଛନ୍ତି। ବୋମା ବିସ୍ଫୋରଣ ନେଇ ଯୋଜନା ପ୍ରସ୍ତୁତ କରିଥିବା ଆଇଏସ ସହ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ଗୁଜରାଟ ଆତଙ୍କବାଦୀ ନିରୋଧ ସ୍କ୍ଵାଡ ଗିରଫ କରିବାପରେ ସେମାନଙ୍କ ମଧ୍ୟରୁ ଜଣେ ଭରୁଚ ଜିଲ୍ଲାର ଏକ ହସ୍ପିଟାଲ୍‌ରେ କାର୍ଯ୍ୟରତ ଥିଲା ବୋଲି ଜଣାପଡ଼ିଥିଲା। ତେବେ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲ ଉକ୍ତ ହସ୍ପିଟାଲ୍‌ର ଟ୍ରଷ୍ଟି ଥିବା ସମୟରେ ଉକ୍ତ ବ୍ୟକ୍ତିଙ୍କୁ ଚାକିରି ମିଳିଥିଲା ଏବଂ ଏବେ ବି ପଟେଲ ଉକ୍ତ ହସ୍ପିଟାଲର ପରିଚାଳନା ବୋର୍ଡର ମୁଖ୍ୟ ରହିଥିବାରୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏହି କାର୍ଯ୍ୟରେ ପଟେଲଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। ଆଜି ଅହମଦ ପଟେଲ ଏହି ମାମଲାରେ ବିଜେପିକୁ ଜବାବ ଦେଇଛନ୍ତି। ଗୁଜରାଟର ଜମ୍ବୁସରରେ ଏକ ଜନସମାବେଶରେ ଉଦ୍‌ବୋଧନ ଦେଇ ପଟେଲ କହିଛନ୍ତି ଯେ ଆଇଏସ ସହ ସମ୍ପୃକ୍ତ ଆତଙ୍କବାଦୀ ଯେଉଁ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିଲେ ସେହି ହସ୍ପିଟାଲ୍‌୍‌ ବିଜେପି ନେତାମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ହସ୍ପିଟାଲକୁ ଉଦ୍‌ଘାଟନ କରିଥିଲେ। ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ବିଜେପି ସାମ୍ପ୍ରଦାୟିକତାର ରୂପ ଦେଉଥିବା ପଟେଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe