ସେଭେରୋଡୋନେସ୍କରେ ଭୟାନକ ଆକ୍ରମଣ: ୧୦ ମୃତ, ଶତାଧିକ ଆହତ

Advertisment
ସେଭେରୋଡୋନେସ୍କରେ ଭୟାନକ ଆକ୍ରମଣ: ୧୦ ମୃତ, ଶତାଧିକ ଆହତ

the-new-indian-express

କିବ୍‌: ୟୁକ୍ରେନର ଲୁହାଂସ୍କ ଅଞ୍ଚଳ ସ୍ଥିତ ସେଭେରୋଡୋନେସ୍କ ସହରରେ ରୁଷ୍‌ର ଭୟାନକ ଆକ୍ରମଣ ଜାରି ରଖିଛି। ୩ ଦିନ ହେଲା ଏହି ସହରରେ ତୁହାକୁ ତୁହା ବୋମାବର୍ଷା ହେଉଛି। ଲୋକେ ଭୟରେ ଏହି ଅଞ୍ଚଳ ଛାଡ଼ୁଥିବା ଦେଖିବାକୁ ମିଳିଛି। ହଜାର ହଜାର କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ‌ହୋଇଥିବା ଜଣାପଡ଼ିଛି। ସେଭେରୋଡୋନେସ୍କର ଏକ ସ୍କୁଲ୍‌ ଉପରେ ରୁଷ୍‌ ବୋମାମାଡ଼ କରିଥିଲା। ଫଲରେ ସ୍କୁଲ୍‌ରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଲିସିଚାନସ୍କରେ ରୁଷ୍‌ର ବୋମାମାଡ଼ ଯୋଗୁଁ ୨ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ସେଭେ‌ରୋଡୋନେସ୍କରେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କର ସେମାନଙ୍କ ଘର ନିକଟରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ସେଭେ‌ରୋଡୋନେସ୍କରେ ରୁଷ୍‌ର ୧୧ଟି ଆକ୍ରମଣକୁ ୟୁକ୍ରେନ୍‌ ପଣ୍ଡ କରିଦେଇଥିବା ଦାବି କରିଛି। ୟୁକ୍ରେନ ‌ସୈନିକମାନେ ରୁଷ୍‌ର ଟ୍ୟାଙ୍କ୍‌, ଆର୍ଟିଲେରି ସିଷ୍ଟମ୍‌ ଏବଂ ଯୁଦ୍ଧଯାନ ଧ୍ବଂସ କରିଦେଇଥିବା ଦାବି ହୋଇଛି। ଅନ୍ୟପକ୍ଷେ ଖେରସନ ସହରରେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଖେରସନ୍‌ରୁ ନାଗରିକଙ୍କୁ ଉଦ୍ଧାର କରିବାରେ ରୁଷ୍‌ ବାରମ୍ବାର ବାଧା ଦେଉଛି ବୋଲି ୟୁକ୍ରେନ୍‌ ସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe